ଇନ୍ଦ୍ରଧନୁରେ କଳା,ଧଳା,ଧୂସର ରଙ୍ଗ ନଥିବା ପଛର ରହସ୍ୟ

ଇନ୍ଦ୍ରଧନୁରେ କଳା,ଧଳା,ଧୂସର ରଙ୍ଗ ନଥିବା ପଛର ରହସ୍ୟ

ଇନ୍ଦ୍ରଧନୁରେ ସାତୋଟି ରଙ୍ଗଥିବା ସାରା ଦୁନିଆକୁ ଜଣା। ବର୍ଷାପରେ ବାୟୁରେ ଥୀବା ପାଣି ଖରାର ସଂଯୋଗରେ ଆସିଲେ ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ। ଇନ୍ଦ୍ରଧନୁରେ ଥିବା ସାତୋଟି ରଙ୍ଗମାନଙ୍କ ମଧ୍ୟରେ କଳା,ଧଳା ଓ ଧୂସର ରଙ୍ଗକୁ ଆମେ କେବେବି ଦେଖିବାକୁ ପାଇନୁ ଏହା ପଛରେ କଣ ରହିଛି ରହସ୍ୟ ଆସ ଜାଣିବା।
ସୂର୍ୟ୍ୟଙ୍କଠୁ ଆସୁଥିବା ଧଳା ରଶ୍ମି ଯାହାକି ବିଭିନ୍ନ ରଙ୍ଗକୁ ନେଇ ବନିଥାଏ ତାହା ଯେବେ ପାଣି ସଂସ୍ପଶରେ ଆସେ ସେଥିରୁ ସାତୋଟି ରଙ୍ଗ ଦୃଶ୍ୟମାନ ହୋଇଥାଏ। ଇନ୍ଦ୍ରଧନୁରେ ଥିବା ଏହି ସାତୋଟି ରଙ୍ଗର ୱେବଲେନ୍ଥ ସମାନ ନଥାଏ। ସମୁଦ୍ରର ଲହରି ପରି ରଶ୍ମିରେ ମଧ୍ୟ ଲହରି ଥାଏ ଏବଂ ପ୍ରତ୍ୟକ ଲହରି ଲମ୍ବ-ପ୍ରସ୍ଥ ଅସମାନ ଥାଏ ଏହାକୁ ୱେବଲେନ୍ଥ କୁହାଯାଏ। ଏହା ଅନୁଯାୟୀ ଇନ୍ଦ୍ରଧନୁରେ ସବୁଠୁ ଛୋଟ ୱେବଲେନ୍ଥ ଭାଓଲେଟ ଥିବାବେଳେ ଲାଲର ୱେବଲେନ୍ଥ ସବୁଠୁ ବଡ ରହିଥାଏ।
ଧଳା ରଙ୍ଗର ରଶ୍ମି ଯେବେ ପାଣି ବୁନ୍ଦାର ସଂସ୍ପର୍ଶରେ ଆସି ରିଫ୍ରେକ୍ସନ ହୋଇ ସାତୋଟି ରଙ୍ଗରେ ବିଭାଜିତ ହୋଇଥାଏ। ଯେପରିକି ନାଲି,ସବୁଜ,ନାରଙ୍ଗୀ,ବାଈଗୀଣି ଇତ୍ୟାଦି। ଆମେ ସମସ୍ତେ ଜାଣୁ ଦୁଇଟି ରଙ୍ଗର ମିଶ୍ରଣରେ ଏକ ନୂତନ ରଙ୍ଗ ସୃଷ୍ଟି ହୋଇଥାଏ। ଯେପରିକି ସବୁଜ ଓ ଲାଲ ମିଶିକି ବ୍ରାଉନ୍ ରଙ୍ଗ ବନିଥାଏ। କିନ୍ତୁ ଏହି ଦୁଇଟି ରଙ୍ଗ ଇନ୍ଦ୍ରଧନୁରେ ବହୁତ ବ୍ୟବଧାନରେ ଅଛନ୍ତି ସେଥିପାଇଁ ଇନ୍ଦ୍ରଧନୁରେ ବ୍ରାଉନ୍ ରଙ୍ଗ ଦେଖିବାକୁ ମିଳିନଥାଏ।

ଆଉ ରହିଲା କଳା ଓ ଧଳା ରଙ୍ଗ। କଳା ରଙ୍ଗ ଅନ୍ଧକାର ପ୍ରତିକ।ଅନ୍ଧକାରରେ ହିଁ କଳା ରଙ୍ଗ ଦେଖିବାକୁ ମିଳେ କିନ୍ତୁ  ଇନ୍ଦ୍ରଧନୁ ବିନା ଆଲୋକର ସୃଷ୍ଟି ହେବା ଅସମ୍ଭବ। ଧଳା ରଙ୍ଗ ସୂର୍ୟ୍ୟଙ୍କ ରଶ୍ମି ଅଟେ ଯାହା ପାଣି ସଂସ୍ପର୍ଶରେ ଆସି ସାତୋଟି ରଙ୍ଗ ଅର୍ଥାତ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ। ସେଥିପାଇଁ ଇନ୍ଦ୍ରଧନୁରେ କଳା , ଧଳା ଓ ଧୂସର ରଙ୍ଗ ଦେଖିବାକୁ ମିଳି ନଥାଏ।