ଜନ ଔଷଧି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସି ସିନ୍ଦୁରପଙ୍କ ଠାରେ ଥିବା ଠେମରା କୃଷି ସମବାୟ ସମିତି ଠାରେ ଜନ ଔଷଧି କେନ୍ଦ୍ରକୁ ଉଦଘାଟନ କରିଥିଲେ। ସମ୍ବଲପୁର ଠାରେ ସମବାୟ ସମିତି ପକ୍ଷରୁ ପରିଚାଳିତ ଏହା ଦ୍ୱିତୀୟ ଜନ ଔଷଧି କେନ୍ଦ୍ର ଅଟେ। ସପ୍ତମ ଜନ ଔଷଧି ଦିବସ ଅବସରରେ ଏହି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି ନିଜେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି । ବର୍ତ୍ତମାନ ସାଧାରଣତଃ ଭାବରେ ଔଷଧର ଦାମ ବୃଦ୍ଧି ପାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କମ ଖର୍ଚ୍ଚରେ ଲୋକଙ୍କ ପାଇଁ ଉଚିତ ମୁଲ୍ୟ ତଥା ଅତି କମ ମୁଲ୍ୟରେ ଔଷଧ ଯୋଗାଇବା ପାଇଁ ସମଗ୍ର ଦେଶରେ ଏହି ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। 2014 ମସିହାରେ ସମଗ୍ର ଦେଶରେ କେବଳ 80 ଗୋଟି ଜନ୍ ଔଷଧି କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ସମୟରେ ସମଗ୍ର ଦେଶରେ 187 ଗୁଣ ଜନ ଔଷଧି କେନ୍ଦ୍ର ବୃଦ୍ଧି ପାଇବା ସହ ବର୍ତ୍ତମାନ 15 ହଜାର ରୁ ଅଧିକ ଜନ ଔଷଧି କେନ୍ଦ୍ର ଅଛି। ଆଗକୁ 2027 ସମଗ୍ର ଭାରତଦେଶରେ 25 ହଜାର ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା କରାଯିବ। ସମ୍ବଲପୁର ସହର ତଥା ଆଖପାଖ ଅଞ୍ଚଳରେ ଏଥିପାଇଁ ଗୁରୁତ୍ଵ ଦିଆଯାଉଛି।ଜନ ଔଷଧି ସବୁ ସାଧାରଣ ମେଡିସିନ ଠାରୁ 70 ପ୍ରତିଶତ କମ ଦାମ୍ ମିଲୁଥିବାରୁ ଲୋକେଙ୍କ ପାଇଁ ଏହା ବେଶ ସହାୟକ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।ଏହି ଉଦଘାଟନ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମଧ ଉପସ୍ଥିତ ରହିଥିଲେ।