ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯିଵାର ବ୍ୟବସ୍ଥା ନାହିଁ : ସ଼ଂସ୍କୃତି ମନ୍ତ୍ରୀ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଆଜି ସ଼ଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ସିଧାସଳଖ ବାଲିଯାତ୍ରା ଭଳି ଉତ୍ସଵ ବା ମେଳାକୁ ଜାତୀୟ ମାନ୍ୟତା ଦିଆଯିଵାର କୈାଣସି ଵ୍ୟଵସ୍ଥା ନାହିଁ ଵୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ।ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଜାତୀୟ ମାନ୍ୟତା ନୁହେଁ,ଏବେ ରାଜ୍ୟ ଓ କେନ୍ଦ୍ର ସରକାର ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେଵା ପାଇଁ ପଦକ୍ଷେପ ନେଉଛନ୍ତି।ଏ ନେଇ କେନ୍ଦ୍ର ସରକାର କିଛି ଠୋସ ପଦକ୍ଷେପ ନେଵା ସହ ସାଂସଦ ଭର୍ତ୍ତୃହରି ମଧ୍ୟ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଚୋୖଦ୍ବାର କଟକ ଵିଧାୟକ ସୈାଭିକ ବିଶ୍ବାଳ ମଧ୍ୟ କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେଵା ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି। ତେଣୁ କଟକ ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ମେଳାର ମାନ୍ୟତା ଦାଵି ଏବେ ମଉଳି ଯାଇଛି।