ରାଜ୍ୟସଭା: ଗୁଜରାଟରୁ ନଡ୍ଡା

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ବୁଧବାର ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ଆଉ ୭ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତଦନୁଯାୟୀ ବିଜେପି ସଭାପତି ଜେ.ପି ନଡ୍ଡା ଗୁଜରାଟରୁ ପ୍ରାର୍ଥୀ ହେବ ।
ସେହିପରି ମହାରାଷ୍ଟ୍ରରୁ ପ୍ରାର୍ଥୀଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ଗତ ସୋମବାର ଶ୍ରୀ ଚୌହାନ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ।
ସେହିପରି ମଧ୍ୟପ୍ରଦେଶରୁ ଏଲ. ମୁଋଗନ, ଉମେଶ ନାଥ ମହାରାଜ, ମାୟା ନରୋଲିୟା, ବଂଶୀଲାଲ ଗୁରଜର ପ୍ରାର୍ଥୀ ହୋଇଛନ୍ତି। ୨୦୧୯ ଭଳି ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି ।