ଆଜିର ରାଶିଫଳ ୯ ଜାନୁଆରୀ ୨୦୨୦(ଗୁରୁବାର)
ଆଜିର ରାଶିଫଳ ୯ ଜାନୁଆରୀ ୨୦୨୦(ଗୁରୁବାର)
admin
Jan 8, 2020 - 23:53
Updated: Jan 8, 2020 - 23:53
ମେଷ - ମନ ପ୍ରସନ୍ନ ରହିବ। ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ବନ୍ଧୁପ୍ରେମୀ ହେବେ। ସାହସୀ ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।
ବୃଷ - ଏକପତ୍ନୀ ବ୍ରତଧାରୀ ହେବେ। କିଶୋର ବୟସ ତଥା ଅଠର ବର୍ଷରେ ଧନ ରୋଜଗାର କରିବାରେ ସକ୍ଷମ ହେବେ। ବ୍ୟବସାୟୀ ହେବେ। ଲୋଭଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି।
ମିଥୁନ - ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ୟ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ।
କର୍କଟ - ସାହସର ସହିତ କାର୍ୟ୍ୟ କରିବେ। ଜ୍ଞାନ-ଗରିମା ବୃଦ୍ଧି ହେବ। ଗୁପ୍ତ ବିଦ୍ୟାରେ ରୁଚି ରହିବ। କୌଣସି ସ୍ଥାନରେ କିଛି ସମୟ ପାଇଁ ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି।
ସିଂହ - ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ।
ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ।
କନ୍ୟା - ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ। କୁଳ ମର୍ୟ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ।
ତୁଳା - ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।
ବିଛା - ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ନିଷେଧ। ଈର୍ଷା ପରାୟଣ ହେବାକୁ ବାଧ୍ୟ-ବାଧକତା’ର ସମ୍ମୁଖୀନ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ।
ଧନୁ - ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବେଳେ ବେଳେ ମନରେ ଅହଂଭାବ ଆସିପାରେ।
ମକର - ଭାଇମାନଙ୍କ ପ୍ରତି ସ୍ନେହ-ଶ୍ରଦ୍ଧାଭାବ ରହିବ। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ବେଳେବେଳେ ମନରେ ଦୁର୍ଭାବନା ଜାତ ହୋଇପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ। ଶତ୍ରୁହନ୍ତା ହୋଇପାରନ୍ତି।
କୁମ୍ଭ - ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ। କାର୍ୟ୍ୟ ଆରମ୍ଭ ପୂର୍ବରୁ ପରାମର୍ଶ ନେଲେ ସଫଳତା ପାଇବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି।
ମୀନ - କୃଷିକ୍ଷେତ ଉପରେ ଯତ୍ନବାନ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ସୁଖ ମିଳିବ। କଳହଠାରୁ ଦୂରେଇ ରହିବେ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିତ୍ବ ବିକାଶ ଘଟାଇ ପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।