ରାଜ୍ୟସଭା ଲାଗି ସ୍ଥାନୀୟ ନେତାଙ୍କୁ ଚୟନ କରାଯାଉ, ରାଜ୍ୟ ବିଜେପି ନେତାଙ୍କ ଦାବି
ରାଜ୍ୟସଭା ଲାଗି ସ୍ଥାନୀୟ ନେତାଙ୍କୁ ଚୟନ କରାଯାଉ, ରାଜ୍ୟ ବିଜେପି ନେତାଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସବୁଦଳରେ ଆରମ୍ଭ ହୋଇଛି ତତ୍ପରତା। ଏହାରି ଭିତରେ ରାଜ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଚୟନ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସ୍ଥାନୀୟ ନେତାଙ୍କୁ ବାଛିବା ପାଇଁ ଆଗ୍ରାହ କରିଛି। ବିଭିନ୍ନ ରାଜ୍ୟ କେନ୍ଦ୍ରକୁ ପଠାଇଥିବା ନାଁର ପ୍ୟାନେଲ୍ରେ ଅଧିକାଂଶ ବର୍ତ୍ତମାନର ସାଂସଦ ଓ ନୂଆ ନାଁ ସୁପାରିସ କରାଯାଇଛି। କେନ୍ଦ୍ର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରୁ ଫେରିବା ପରେ ମୋହର ମାରିବେ। ସୂତ୍ରରୁ ପ୍ରକାଶ ଯେ ପ୍ରାୟ ଅଧାଅଧି ନୂଆ ମୁହଁଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଥାଉକି, ରାଜ୍ୟସଭାର କିଛି ଆସନ ପାଇଁ ଜୁନ ୧୦ ମତଦାନ ହେବ। ନମାଙ୍କନ ଭରିବାର ଶେଷ ତାରିଖ ମେ ୩୧ ଯାଏ ରହିଛି। ବିଜେପି ୧୧ ରାଜ୍ୟରେ ନିଜର ପ୍ରାର୍ଥୀ ଦେବା ପାଇଁ ଯାଉଛି। ଏଥିମଧ୍ୟରୁ ବିଜେପିର ୨୫ ଟି ସିଟ୍ ଖାଲି ପଡିଛି। ବିଧାନସଭାରେ ବିଜେପି ଏବଂ ସହଯୋଗୀ ଦଳର ସ୍ଥିତିକୁ ବିଚାରକୁ ନେଲେ ବିଜେପି ପୁଣି ୨୨ ଟି ସିଟ୍ ଜିତିପାରେ ବୋଲି ରାଜନୈତିକ ସମିକ୍ଷକମାନେ ଆକଳନ କରିଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ୟୁପି ସମେତ କିଛି ରାଜ୍ୟ ଚାହୁଁଛି ଯେ ଦଳ ନୂଆ ପ୍ରାର୍ଥୀ ବାଛିବା ପାଇଁ ରାଜ୍ୟ ନେତାଙ୍କୁ ହିଁ ଚୟନ କରୁ। ମନ୍ତ୍ରୀ ଏବଂ ବର୍ତ୍ତମାନ ସାଂସଦଙ୍କୁ ଛାଡ଼ି ଅନ୍ୟ ରାଜ୍ୟର ନେତାଙ୍କୁ ଚୟନ କରାନଯାଉ ବୋଲି ରାଜ୍ୟ ବିଜେପି କେନ୍ଦ୍ର ନେତୃତ୍ୱ ପାଖରେ ଦାବି କରିଛି।