ଦେଶର ରାଜଧାନୀରେ ଶୁକ୍ରବାର ଠାରୁ ଲାଗିଲା GRAP-୩ କଟକଣା

ଦେଶର ରାଜଧାନୀରେ ଶୁକ୍ରବାର ଠାରୁ ଲାଗିଲା GRAP-୩ କଟକଣା

ହଁ ଆଜ୍ଞା ଦିଲ୍ଲୀରେ ସାଂଘାତିକ ରୂପ ନେଲାଣି ପ୍ରଦୂଷଣ । ଖାଲି ସେତିକି ନୁହେଁ ନିଶ୍ବାସ ନେବାରେ ମୁସ୍କିଲ ମଧ୍ୟ ହେଲାଣି । ଦେଶର ରାଜଧାନୀରେ ଶୁକ୍ରବାର ଠାରୁ ଲାଗିଲା GRAP-୩ କଟକଣା । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ସ୍ତରର ୩ ନମ୍ବର କଟକଣା ଜାରି କରାଯାଇଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ରହିଛି । ଆନନ୍ଦବିହାରରେ ସବୁଠାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ସେହିପରି ଦ୍ଵାରକା, ଆରକେ ପୁରମ, ମୁଣ୍ଡକା, ଚାନ୍ଦନୀ ଚୌକରେ ମଧ୍ୟ ଅଧିକ ପ୍ରଦୂଷଣ ରହିଛି । ଗ୍ରେଡ-୩ କଟକଣା ମଧ୍ୟରେ ଦିଲ୍ଲୀରେ ବିଏସ-୩ ଓ ବିଏସ-୪ ଡିଜେଲ ଚାରି ଚକିଆ ଗାଡି ଚଳାଚଳ ଉପରେ କଟକଣା ରହିବ । ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ, ଡିଜେଲ ଟ୍ରକର ପ୍ରବେଶ ଉପରେ କଟକଣା ରହିଛି । ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ଉଚ୍ଛେଦ କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁରେ ତନ୍ଦୁର ଚୁଲିରେ କୋଇଲା ଏବଂ କାଠ ଜାଳିବା ଉପରେ କଟକଣା ରହିଛି । କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଡିଜେଲ ଜେନେରେଟରର ବ୍ୟବହାର ହୋଇପାରିବ । ଶିଳ୍ପରେ ଅଣସ୍ଵୀକୃତି ଇନ୍ଧନର ବ୍ୟବହାରରେ କଟକଣା ଲାଗିଛି । ଧୂଳିକୁ କମ କରିବାକୁ ରାସ୍ତାରେ ପାଣି ସିଂଚନ ଉପରେ ଗୁରୁତ୍ଵ ଦିଆଯିବ । ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ କେବଳ ଅନଲାଇନ୍ କ୍ଲାସ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଦିଲ୍ଲୀ ଆଖପାଖ ରାଜ୍ୟରେ ନଡ଼ା ଜାଳିବା କାରଣକୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ତେବେ ପୂର୍ବ ବର୍ଷ ତୁଳନାରେ ଏବର୍ଷ କମ ନଡ଼଼ା ଜାଳିବା ଘଟଣା ସାମନାକୁ ଆସିଛି । ଏହାସହ ଦୀପାବଳି ପରେ ହୋଇଥିବା ଆତସବାସୀ ଏବଂ ଗାଡିରୁ ବାହାରୁଥିବା ଧୂଆଁରୁ ମଧ୍ୟ ପ୍ରଦୂଷଣମାତ୍ରା ବୃଦ୍ଧିପାଇବାର ମୁଖ୍ୟ କାରଣ ।