ଜାହଜରୁ ରକେଟ ଉତକ୍ଷେପଣ କଲା ଚୀନ

ଜାହଜରୁ ରକେଟ ଉତକ୍ଷେପଣ କଲା ଚୀନ

ଜାହଜରୁ ରକେଟ ଉତକ୍ଷେପଣ କଲା ଚୀନ
ବେଜିଂ: ଚୀନ ପ୍ରଥମ ଥର ପାଇଁ ବୁଧବାର ସଫଳତାର ସହିତ ସମୁଦ୍ରରୁ ରକେଟ ଉତକ୍ଷେପଣ କରିଛି । କାମଳ ସାଗର (ୟେଲୋ ସି) ବକ୍ଷରେ ଥିବା ଏକ ଜାହଜରୁ ଏହାର ଉତକ୍ଷେପଣ କରାଯାଇଛି । ଏହି ରକେଟରେ ଦୁଇଟି ଯୋଗାଯୋଗ ଉପଗ୍ରହ ମହାକାଶକୁ ପ୍ରେରଣ କରାଯାଇଛି । ବେଜିଂସ୍ଥିତ ଚାଇନା-୧୨୫ ବୈଷୟିକ କମ୍ପାନୀ ଦ୍ୱାରା ଏହି ଦୁଇଟି ଉପଗ୍ରହ ନିର୍ମିତ । ଏହି ଛୋଟ ରକେଟ ମାଧ୍ୟମରେ ପର୍ଯ୍ୟାୟକ୍ରମେ ମୋଟ ୭ଟି ଉପଗ୍ରହ ପ୍ରେରଣ କରାଯାଇଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେଥିରୁ ଗୋଟିଏ ଉପଗ୍ରହ ବାତ୍ୟା ସମ୍ପର୍କରେ ପୂର୍ବନୁମାନ କରିବା ପାଇଁ ଉଦ୍ଧିଷ୍ଟ । ଚୀନ ୨୦୩୦ ସୁଦ୍ଧା ଆମେରିକାକୁ ଅତିକ୍ରମ କରି ବିଶ୍ୱର ଶେଷ୍ଠ ମହାକାଶ ଶକ୍ତି ହେବା ପାଇଁ ଲକ୍ଷ୍ୟ ରଖିଛି । ଆସନ୍ତା ବର୍ଷ ସୁଦ୍ଧା ମହାକାଶରେ ନିଜସ୍ୱ ମାନବ ରହଣି ଶିବିର ବା ମ୍ୟାନଡ ସ୍ପେସ ଷ୍ଟେସନ ପ୍ରତିଷ୍ଠା ଯୋଜନା ଯୋଜନା ରଖିଛି ।