ପାଇଲଟ ନିଜ ଅଭିଜ୍ଞତା ଓ କୌଶଳ ଲଗାଇ ବଞ୍ଚାଇ ଦେଲେ ଶହେରୁ ଅଧକ ଜୀବନ. ଭିଡିଓ ଭାଇରାଲ୍

ପାଇଲଟ ନିଜ ଅଭିଜ୍ଞତା ଓ କୌଶଳ ଲଗାଇ ବଞ୍ଚାଇ ଦେଲେ ଶହେରୁ ଅଧକ ଜୀବନ. ଭିଡିଓ ଭାଇରାଲ୍

କ୍ରାସ୍ ହୋଇ ଯାଇଥାନ୍ତା ଇଣ୍ଡିଗୋ ପ୍ଲେନ୍

କିଛି ସେକେଣ୍ଡରେ ପିଟି ହୋଇ ଯାଇଥାନ୍ତା ରନ୍ ଓ୍ବେରେ

ପ୍ଲେନ୍ ତ ନୁହେଁ, ସତେ ଯେମିତି ଚଢେଇକୁ ଉଡାଇ ନେଉଛି ପବନ

ଆଖିକୁ ଭୟଙ୍କର ଓ ମନକୁ ଆତଙ୍କିତ କରୁଥିବା ଏହି ଭିଡଓ ହେଉଛି ଚେନ୍ନାଇ ଏୟାରପୋର୍ଟର । ଯେତେବେଳେ ଏକ ଇଣ୍ଡିଗୋ ଏୟାର ଲାଇନ୍ ଲ୍ୟାଣ୍ଡିଂ ପାଇଁ ରନ୍ ଓ୍ବେ ଆଡକୁ ଅଗ୍ରସର ହେଉଛିସ ଠିକ୍ ସେତିକି ବେଳେ ପ୍ଲେନକୁ ବାତ୍ୟା ପବନ ଉଡାଇ ନେଉଛି । କିନ୍ତୁ ପ୍ଲେନର ପାଇଲଟ ନିଜ ଅଭିଜ୍ଞତା ଓ କୌଶଳ ଲଗାଇ ଏହାକୁ ପୁଣି ଥରେ ଟେକ୍ ଅଫ୍ କରି ନେଇଛନ୍ତି, ଆଉ ବଂଚି ଯାଇଛି ଶତାଧିକ ଜୀବନ ।

ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ଶନିବାର ଦିନ ତମାମ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ପବନ ପ୍ରଭାବରେ ଚେନ୍ନାଇ ଏୟାରପୋର୍ଟରେ ଏକ ପ୍ଲେନ୍ ରନୱେରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିପାରି ନଥିଲା। ଯାହାର ଭୟଙ୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଗୋ ପ୍ଲେନଟି ରନୱେରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଛି, ହେଲେ ପ୍ରବଳ ପବନ ବାରମ୍ବାର ଏହାକୁ ଉଡ଼ାଇ ନେଉଛି। ଶେଷରେ ପାଇଲଟ୍ ପ୍ଲେନକୁ ଲ୍ୟାଣ୍ଡ ନକରି ପୁଣିଥରେ ଟେକ୍-ଅଫ୍ କରିଥିଲେ। ଫଳରେ ପ୍ଲେନରେ ଥିବା ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ସାଧାରଣତଃ ପ୍ଲେନ ଗୁଡ଼ିକ ସୁରକ୍ଷିତ ଭାବେ ଲ୍ୟାଣ୍ଡ ହୋଇ ନପାରିଲେ ଯାତ୍ରୀଙ୍କ ସୁର‍କ୍ଷା ପାଇଁ ଏହାକୁ ପୁଣିଥରେ ଟେକ୍-ଅଫ୍ କରାଯାଏ। ତେବେ ଏହି ସମସ୍ତ ଘଟଣାକୁ ନେଇ ‘ଇଣ୍ଡିଗୋ’ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ପ୍ଲେନଟି ମୁମ୍ବାଇରୁ ଚେନ୍ନାଇ ଆସୁଥିଲା। ହେଲେ ଖରାପ ପାଗ ଓ ବାତ୍ୟା ପ୍ରଭାବରେ ପ୍ରବଳ ପବନ କାରଣରୁ ଏହା ଲ୍ୟାଣ୍ଡ କରିବା ସମୟରେ ବାରମ୍ବାର ପବନରେ ଝୁଲି ରହିଲା। ଫଳରେ ଏହାକୁ ପୁଣିଥରେ ଟେକ୍-ଅଫ୍ କରି ନେଇଥିଲେ ପାଇଲଟ। ସୁର‍କ୍ଷିତ ଲ୍ୟାଣ୍ଡିଂ ଯେତେବେଳେ ହୋଇ ନପାରେ, ସେତେବେଳେ ପୁଣିଥରେ ଟେକ୍‌-ଅଫ୍ କରି କିଛି ସମୟ ପରେ ଆଉଥରେ ଲ୍ୟାଣ୍ଡ କରାଯାଏ। ଏହାକୁ ଏକ ‘ଗୋ-ଆରାଉଣ୍ଡ’ କୁହାଯାଏ। ଏଭଳି ପ୍ରତିକୂଳ ପରିସ୍ଥିତିରୁ ବର୍ତ୍ତିବା ପାଇଁ ଆମ ପାଇଲଟ ବେଶ୍ ସକ୍ଷମ। ଆମ ଯାତ୍ରୀ, ବିମାନ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।