କିଏ ମାରୁଛି ଖାଉଟିଙ୍କ ପେଟକୁ ଲାତ ?
ଆଳୁ- ରାଜ୍ୟ ଆଉ ରାଜନୀତି, ଏଇ ଚାରି ବିଷୟ, ଖାସକରି ଓଡିଶା ରାଜନୀତିରେ ବେଶ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରେ । ଆମେ ଏହି ପ୍ରସଙ୍ଗ ଏଥି ପାଇଁ କହୁଛୁ, କାରଣ ସରକାର ଯାହାର ହେଉନା କାହିଁକି, କିନ୍ତୁ ଓଡିଶା ରାଜନୀତିରେ ଆଳୁ ବେଶ୍ ଚର୍ଚା ସାଉଁଟେ । ପ୍ରତିବର୍ଷ ଆଳୁ ଅମଳ ପୂର୍ବରୁ ବିରୋଧୀ ଦଳ ସରକାର ଉପରେ ବର୍ଷିବାକୁ ଭଲ ମଉକା ପାଇଥାନ୍ତି । ଆଳୁ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର ହେବା ଆମର ଯେମିତି ଏକ ପ୍ରକାରର ପ୍ରକୃତି ହୋଇ ସାରିଲାଣି । ସେ ଚାଷି ହୁଅନ୍ତୁ କିମ୍ବା ବେପାରି, ସେ ସରକାର ହୁଅନ୍ତୁ କିମ୍ବା ବିରୋଧି , ସମସ୍ତେ ଆଳୁକୁ ନେଇ ବେସ ଫାଇଦା ନିଅନ୍ତି । ଆଉ ଶେଷରେ ପଡେ ଖାଉଟୀଙ୍କ ପେଟରେ ଲାତ । କେଉଁଠି ୪୦ ତ କେଉଁଠି ୫୦ ଆଉ କେଉଁଠି ୬୦ ପାର । ବାହାର କଥା ଛାଡ଼ନ୍ତୁ, ରାଜଧାନୀରେ ଏଭଳି ଦରରେ ବିକ୍ରି ହେଉଛି ଆଳୁ । ରାଜଧାନୀର ଏକ ନମ୍ବର ମାର୍କେଟରେ ଆଳୁ କେଜି ପିଛା ରହିଛି ୪୦ ରୁ ୫୦ । ହେଲେ ସର୍ତ୍ତ ରଖିଛନ୍ତି ବ୍ୟବସାୟୀ। କେହି ବାଛିକି ଭଲ ଆଳୁ ନେଇ ପାରିବେ ନାହିଁ। ଭାଗରେ ଯାହା ପଡ଼ିବ, ତାହା ନେବାକୁ ବାଧ୍ୟ। ବାଛିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ଏଭଳି ସର୍ତ୍ତରେ ଗ୍ରାହକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୂର୍ବ ସରକାର ଉପରେ ଆଳୁକୁ ନେଇ ବର୍ଷୁଥିବା ବିଜେପି ଏବେ ସରକାରକୁ ଆସିବା ପରେ କିଛି ସମସ୍ୟାର ସମାଧାନ ବାହାର କରୁଛି ନାଁ ଏହିଭଳି ବାହାସ୍ଫଟ ମାରିଚାଲୁଛି ।




