କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା

କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା

କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ଆଜି ରାତି ପ୍ରାୟ ସ।ଢେ ୯ଟାରୁ ୧୦ଟା ଯାଏ ଭୁବନେଶ୍ୱର ବିମାନବନ୍ଦରରେ କଳ୍ପନାଙ୍କ ପାର୍ଥୀବ ଶରୀର ପହଁଚିବ । ଏହାସହ ରାତ୍ର ୧୦ଟା ଯାଏଁ କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯିବ । ଉଲ୍ଲେଖଯୋଗ୍ୟ, ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା । ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳର କାଞ୍ଚନ ବଜାରର କୁମ୍ପାର ସାହିରେ ସେ ଜନ୍ମ ଗ୍ରହଣ କରିଥିଲେ ।