ଏଥର ମ୍ୟାଚ୍ ଦେଖିବେ ସାଢେ ୪୪ ହଜାର ଦର୍ଶକ, ୨୦ ହଜାର ଟଙ୍କା ଯାଏଁ ଟିକେଟ୍ ଦାମ୍

ଭାରତ ବନାମ ଇଂଲଣ୍ଡ ମ୍ୟାଚ ପାଇଁ ଧାର୍ଯ୍ୟ ହେଲା ଟିକେଟ ମୂଲ୍ୟ। ଓଡିଶା କ୍ରିକେଟ ସଂଘରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ନିଆଗଲା ନିଷ୍ପତି । ଆସନ୍ତା ବର୍ଷ ଫ୍ରେବୁଆରୀ 9 ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ସେ ନେଇ ଆଜି SGMରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛି ଓସିଏ କମିଟି । ଷ୍ଟାଡିଅମରେ ମୋଟ 44 ହଜାର 524 ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏହାବ୍ୟତୀତ ସମସ୍ତ କମିଟି ଓ ସବ କମିଟିକୁ ମ୍ୟାଚ ସୁପରିଚାଳନା କରିବା ପାଇଁ ନିର୍ଦେଶ ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏହା ବ୍ୟତୀତ ଉଭୟ ଟିମ ମେ ଫେୟାର ଲାଗୁନରେ ରହିବା ନେଇ ସ୍ଥିର କରିଛି ଓସିଏ । ତେବେ ଦର୍ଶକଙ୍କ ପାଇଁ ଜାରି କରାଯାଇଥିବା ଟିକେଟର ମୂଲ୍ୟ ଉପରେ ଟିକେ ନଜର ପକାନ୍ତୁ।
- 1 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ - 1200
- 2 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ. 1000
- 3 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ 1200
- 4 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ 1000
- 5 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ 1500
- 6 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ. 1200
- 6 NUMBER ଗ୍ୟାଲେରୀ ଟିକେଟ ମୂଲ୍ୟ - 800
- ସ୍ପେଶାଲ ଏନକ୍ଲୋଜର ଟିକେଟ ମୂଲ୍ୟ – 7, 000
- ଏସି ଗ୍ୟାଲରୀ ବକ୍ସ ଟିକେଟ ମୂଲ୍ୟ 9, 000
- କର୍ପୋରେଟ ବକ୍ସ ଟିକେଟ ମୂଲ୍ୟ 20, 000
- ନିୟୁ ପାଭିଲିୟନ ଟିକେଟ ମୂଲ୍ୟ 10, 000