କୁମ୍ଭମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି

କୁମ୍ଭମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି

ଖଣ୍ଡଗିରି କୁମ୍ଭମେଳା  ସଜେଇ ହେଲାଣି ଯାତ୍ରା ପଡିଆ । ଯାତ୍ରା ପେଣ୍ଡାଲ ପାଇଁ ପୋତା ହେଲାଣି ବାଉଁଶ । ଜମିବ ଖଣ୍ଡଗିରି ଯାତ୍ର ମହାସମର । ଅଶୀଳ୍ଳ ଓ ନଗ୍ନ ନୃତ୍ଯକୁ ନା । ଦର୍ଶକଙ୍କ ମଧ୍ଯରେ ବଢିଲାଣି ଉତ୍କଣ୍ଠା । ଦୁଇଟି ପର୍ଯ୍ଯାୟରେ ଯାତ୍ରା ପାର୍ଟି କରିବେ ନାଟକ ପରିବେଷଣ। । ମା ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ଓ ଜୟଦୁର୍ଗା ସାଂସ୍କୃତିକ ପଡିଆରେ ଦୁଇଟି ପର୍ଯ୍ଯାୟରେ ପଡିବ ୪ଟି ଯାତ୍ରା ପାର୍ଟି। ଦୁର୍ଗା ମନ୍ଦିର, ଯାତ୍ରାଶୀ ବିଶ୍ବ ଦରବାର, ସ୍ବର୍ଣ୍ଣ ମହଲ ଓ ସ୍ବପ୍ନ ମହଲ। ଯାତ୍ରାଶୀ ବିଶ୍ବ ଦରବାର ସବୁ ଜାଣିଛି ଚନ୍ଦ୍ରଶେଣା, କହିବାକୁ ଲାଜ ଶୁଣିଲେ ପାପ, ସେହିଭଳି ଦୁର୍ଗା ମନ୍ଦିରର ଡିଏସପି ଦୁର୍ଗା  ନାଟକ ପରିବେଷଣ ହେବ। ବରମୁଣ୍ଡାର ବାବା ନୀଳକଣ୍ଠଶ୍ବେର ଯାତ୍ରା କମିଟରେ ଯାତ୍ରା ଯାଜ୍ଞସ୍ବେନୀ ଓ ରଙ୍ଗମହଲ ନାଟକ ପରିବଷଣ କରିବ। ଯାତ୍ରା ଯାଜ୍ଞସ୍ବେନୀରେ ହର ବାରିକଙ୍କ ରଚିତ ଓ ନିର୍ଦ୍ଦେଶନାରେ ସୁପରହିଟ ନାଟକ କାହାର କଣ ହଜିଛି ଓ ପାଞ୍ଚ ପତିରେ ମୁ ସତୀ  ଏବଂ ରଙ୍ଗମହଲର ପାପ ଜାଣିନି କି ପୁଣ୍ଯ ଜାଣିନି ନାଟକ ମଞ୍ଚସ୍ଥ ହେବ। ସେହିଭଳି ଇନ୍ଦିରା ସାଂସ୍କତିକ ମଣ୍ଡପରେ ଯାତ୍ରା ସିଂହବାହିନୀ ଓ ଶିବାନୀ ଗଣନାଟ୍ଯ ନାଟକ ପରିବେଷଣ କରିବେ।  ସିଂହବାହିନୀର ବଡ ବେଦରଦୀ କଳା ସାଆନ୍ତ ଓ ଶିବାନୀର ହାଃ କୃଷ୍ଣ ବୋଲି ଯାଉ ଜୀବନ ଚର୍ଚ୍ଚିତ ନାଟକ ରହିଛି। ଏବେ ଏ ସବୁ ଯାତ୍ରା ପଡିଆରେ ବାଉଁଶ ପୋତା ଚାଲିଛି।

ସେହିଭଳି ଖଣ୍ଡଗିରି ଛକରେ ଆଇଗିଣିଆର ହରେକୃଷ୍ଣ ମହତାବ ପେଣ୍ଡାଲରେ ନାଟ୍ଯ ସମ୍ରାଟ ଅପେରା ପୃଥ୍ବୀରାଜ ଓ ତୁଳସୀ ଗଣନାଟ୍ୟ ଜଲୱା ଦେଖାଇବ। ପ୍ରଥମ ପର୍ଯ୍ଯାରେ ଅପେରା ପୃଥ୍ବୀରାଜ୬ରୁ ୫ରାତି ନାଟକ ପରିବେଷଣ କରିବ। ନାଟକ ରାଜଧାନୀର ରଜନୀଗନ୍ଧାରେ ଜଲଉଡ କୁଇନ ରାଣୀପଣ୍ଡା ଦେଖାଇବେ କମାଲ। ରାଣୀ ଏବେ ପୁରା ଫିଟ ବୋଲି କମିଟି ସଭାପତି କହିଛନ୍ତି। ସେହିଭଳି ତୁଳସୀର ଜହ୍ନରାତିର ଝଡ ଦର୍ଶକଙ୍କୁ ବାନ୍ଧି ରଖିବ।ଘାଟିକିଆ ସନାତନ ସେବ ସମିତି ପଡିଆରେ ଅପେରା ସୂର୍ଯ୍ଯମନ୍ଦିର ଓ କୋର୍ଣାକ ଗଣନାଟ୍ଯ ନାଟକ ମଞ୍ଚସ୍ଥ କରିବେ। ପ୍ରଥମ ପର୍ଯ୍ଯୟରେ ଅପେରା ସୂର୍ଯ୍ଯମନ୍ଦିରର ଗ୍ଯାଙ୍ଗଷ୍ଟର ପ୍ରେମ କାହଣୀକୁ ନେଇ ନାଟକ ହାଇଦର ଓ ନଖୀ ନାନୀ ପୁଅ ଭଗିଆ ଖେଳିବ। ଜଲଉଡର ବ୍ଯାଡ ବୟ ପୀୟୁଷ ତ୍ରିପାଠୀ, ମାମା, ଖୀତିଷଙ୍କ ଅଭିୟନର ଯାଦୁ ଦେଖିବାକୁ ମିଳିବ।ସେହିଭଳି କୋର୍ଣାକର ସୋ ହସରେ ତୁ ମୋ ଲୁହରେ ତୁ ଓ  ସେହି ଗୋଟିଏ ଭୁଲ ପାଇଁ ନାଟକ ହୁଲସ୍ତୁଲ କରିବ ।

 ୬ତାରିଖରୁ ୧୬ ତାରିଖ ପର୍ଯ୍ଯନ୍ତ ଯାତ୍ରା ଲଢେଇ ଦେଖିବାକୁ ମିଳିବ। ଖଣ୍ଡଗିରିରେ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ନେଇ ପୂର୍ବରୁ ଯାତ୍ରା କମିଟି, ବିଏମସି ଓ ପୋଲିସ ପ୍ରଶାସନକୁ ବୈଠକ ହୋଇଛି.। 6ଟି ପେଣ୍ଡାଲରେ ୬ରୁ ୧୬ ତାରିଖ ପର୍ଯ୍ଯନ୍ତ ୨ଟି ପର୍ଯ୍ଯାୟରେ 12 ଯାତ୍ରା ପାର୍ଟି ନାଟକ ପରିବେଶଣ କରିବେ।