କିଏ ହାତେଇବ ଗାଦି, 8 ତାରିଖରେ ପ୍ରକାଶ ପାଇବ ଫଳାଫଳ
ଏଥର ଦିଲ୍ଲୀରେ, ଦଖଲ କାହାର ? କିଏ ପିନ୍ଧିବ ରାଜ ମୁକୁଟ ? କାହାର ଆସ୍ଥାଭାଜନ କରିବେ ଭୋଟର ?
ଦେଶର ରାଜଧାନୀ ଦୀଲ୍ଲୀ, ଏଠି ଏବେ କେବଳ ବାୟୁପ୍ରଦୁସଣ ଅଧିକ ରହିଛି ତା ନୁହେଁ, ବଂର ରାଜନୀତିକ ପାରଦବି ବେଶ୍- ହାଇ ରହିଛି । ଆଉ ମାତ୍ର ଗୋଟିଏ ଦିନପରେ ଭୋଟଦେବେ ଦୀଲ୍ଲୀ ବାସି । ସ୍ଥିତି ଦେଖିଲେ ଲାଗୁଛି ଏଥର ଦୀଲ୍ଲୀରେ ହେଉଛି ତ୍ରୀକୋଣୀୟ ଲଢ଼େଇ । ଦିଲ୍ଲୀ ବିଧାନସଭାରେ ରହିଛି ମୋଟ 70 ଟି ଆସନ । ଗାଦି ହାତେଇବାକୁ ହେଲେ 36ଟି ସିଟ୍ ରେ ନେବାକୁ ପଡିବ ଦଖଲ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ସାରା ଦେଶବାସୀଙ୍କର ନଜର ରହିଥିଲା ଦୀଲ୍ଲୀ ଉପରେ । ଫେବୃଆରୀ 5 ରେ ମତଦାନ କରିବେ ମତଦାତା । ଫଳାଫଳ 8 ଫେବୃଆରୀରେ ଆସିବ | ସପ୍ତମ ବିଧାନସଭାର କାର୍ଯ୍ୟକାଳ 15 ଫେବୃଆରୀରେ ଶେଷ ହେବ । ଶାସକ ଆମ୍ ଆଦମୀ ପାର୍ଟି ସହିତ ବିଜେପି ଏବଂ କଂଗ୍ରେସ ମଧ୍ୟ ନିର୍ବାଚନ ଲଢ଼େଇରେ ପ୍ରଚାର ମୈଦୈନରେ ଦେଖାଛନ୍ତି ଦମଦାର ଶକ୍ତି ।
ତେବେ ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବା ପାଇଁ ଚେଷ୍ଟା ଚାଲାଇଛି ଆପ୍ । ସ୍ଥିତି ଦେଥିଲେ ଲାଗୁଥଛି ଆପ୍ ରାସ୍ତାରେ ସତେଯେମିତି କଣ୍ଟାସାଜିଛି କଣ୍ଟା ଉଭୟ କଂଗ୍ରେସ ଓ ବିଜେପି । କାରଣ ନିଜ ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ କହିଥିଲେ, ମୋଦି ସରକାର ଆସିଲେ ସବୁ ବସ୍ତି ଭାଙ୍ଗିଦେବେ, ଲୋକଙ୍କୁ ହଇରାଣ କରିବେ । ମାଗଣା ଗାଡ଼ିଠୁ ଆରମ୍ଭ କରି ବିଜୁଳି, ପାଣି ସବୁ ବନ୍ଦ କରିଦେବେ । ଦିଲ୍ଲୀବାସୀଙ୍କ ଉପରେ ବୋଝ ବଢିଯିବ । ଏମିତି କହି ଟାର୍ଗେଟ୍ କରିଥିଲେ କେଜ୍ରିୱାଲ । କେଜ୍ରିୱାଲ କହିଥିଲେ, ମୋଦି ଦେଶର ବିକାଶ କରିବାକୁ କେବେ ଚାହାଁନ୍ତି ନାହିଁ । ବିଜେପି ସରକାରକୁ ଆସିଲେ ଦେଶର ବିକାଶ ହେବନି କି ଦିଲ୍ଲୀର ବିକାଶ ହେବନି । ଆମେ ପ୍ରତି ଜନତାଙ୍କ ବିକାଶ କରିବା ଲାଗି ସଂକଳ୍ପବଦ୍ଧ । ହେଲେ ଏହାର କଡ଼ା ଜବାବ ରଖିଥିଲେ ମୋଦି । କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଉଛୁ ନିର୍ବାଚନ ଜିତିବା ପରେ ବି ଆମେ ଗୋଟିଏ ହେଲେ ଘର ଭାଙ୍ଗିବୁ ନାହିଁ ।ଗତ 11 ବର୍ଷ ହେଲା ଆପଣ ଯେଉଁ ସରକାର ବାଛିଥିଲେ, ସେ ସରକାର ଚଲାଇବାରେ ବଫଳ ହୋଇଛି । ଡବଲ ଇଞ୍ଜିନର ସରକାର ହେଲେ ଦିଲ୍ଲୀର ବିକାଶ ହୋଇପାରିବ । ସେପଟେ କଂଗ୍ରେସବି କାଉଣ୍ଟର ଫାଇଟ୍ ପାଇଁ ବେଶ ଆକ୍ଟିଭ୍ ଥିବା ଦେଖିବାକୁ ମିଳିଥିଲା । ବିଶ ପାଲଟିଥିବା ଯମୁନା ପାଣି ଏବଂ ରାଜଧାନୀରେ ଖରାପ ରାସ୍ତା, ବେରୋଜଗାରକୁ ମୁଦ୍ଦା କରି, ଉଭୟ ଆପ୍ ଏବଂ ବିଜେପିକୁ ଚ୍ୟାଲେଞ୍ଚ ଦେଇଛି ।