ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ଅନ୍ତଃକନ୍ଦଳ : ଅନ୍ତରୀଣ ସଭାପତି ପଦକୁ ନେଇ ପ୍ରଶ୍ନ ଉଠାଇଲେ ଶିବଲ

ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ଅନ୍ତଃକନ୍ଦଳ : ଅନ୍ତରୀଣ ସଭାପତି ପଦକୁ ନେଇ ପ୍ରଶ୍ନ ଉଠାଇଲେ ଶିବଲ

ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ଅନ୍ତଃକନ୍ଦଳ : ଅନ୍ତରୀଣ ସଭାପତି ପଦକୁ ନେଇ ପ୍ରଶ୍ନ ଉଠାଇଲେ ଶିବଲ
ନୂଆଦିଲ୍ଲୀ : ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅନ୍ତଃକନ୍ଦଳ ସାମ୍ନାକୁ ଆସିଛି । ପୂର୍ବରୁ ନୀରବ ପ୍ରତିବାଦ କରୁଥିବା କପିଲ ଶିବଲ ଏବଂ ଗୁଲାମ ନବୀ ଆଜାଦଙ୍କ ପରି ବରିଷ୍ଠ ନେତା ବର୍ତ୍ତମାନ ପ୍ରଶ୍ନ ଉଠାଇଲେଣି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ୨୩ ଜଣ ସଦସ୍ୟ ଚିଠି ଲେଖିଥିଲେ । ଏହା ପରଠାରୁ ଅନ୍ୟତମ ବରିଷ୍ଠ ନେତା କବିଲ ଶିବଲ ନିୟମିତ ପ୍ରଶ୍ନ ଉଠାଇଛନ୍ତି । ଚିଠି ଘଟଣା ପରେ ରାଜ୍ୟସଭାରେ କଂଗ୍ରେସର ନେତା ରହିଥିବା ଗୁଲାମ ନବୀ ଅଜାଦଙ୍କୁ ଉପେକ୍ଷା କରାଯାଇଥିବା ବେଳେ ବିହାର ନିର୍ବାଚନ ପରଠାରୁ ଆକ୍ରମଣାତ୍ମକ ରୂପ ଆପଣେଇଛନ୍ତି କପିଲ । ଶିବଲ ଏକ ସାକ୍ଷାତକାରରେ ଦଳର ସଭାପତି ଚୟନ ଉପରେ ପ୍ରଶ୍ନ ଉଠାଇଥିଲେ । ଦେଢ ବର୍ଷ ପୂର୍ବରୁ ରାହୁଲ ଗାନ୍ଧୀ ସଭାପତି ନହେବା ନେଇ ସ୍ପଷ୍ଟ ଭାବରେ କହିଥିଲେ ମଧ୍ୟ ଦଳୀୟ ନେତୃବୃନ୍ଦ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଉକ୍ତ ଆସନରେ ନବସାଇ ଏହି ନେତା ମାନେ ଦଳର ହିଁ କ୍ଷତି କରୁଛନ୍ତି ବୋଲି ଶିବଲ ଅଭିଯୋଗ କରିଛନ୍ତି । ଶିବଲ କହିଛନ୍ତି ଅଗଷ୍ଟରେ ଲେଖାଯାଇଥିବା ଚିଠିର ଉତ୍ତର ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ଏସମ୍ପର୍କରେ ଆଲୋଚନା ମଧ୍ୟ କରାଯାଉନଥିବା କହିଛନ୍ତି ଶିବଲ । ବର୍ତ୍ତମାନ ଯେତେବେଳେ ଦଳରେ କେହି ଅଧ୍ୟକ୍ଷ ନାହାନ୍ତି ତେବେ କାହା ନିକଟରେ ଅଭିଯୋଗ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିହାର ନିର୍ବାଚନକୁ ନେଇ ସେ ରଖିଥିବା ମତର ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି । ଦଳର ୨୦୧୪ରେ ହାରିଲା, ଠିକ ଥିଲା ମାତ୍ର ୨୦୧୯ ପରାଜୟ ପରେ ପରିବର୍ତ୍ତନର ଆବଶ୍ୟକତା ଥିଲା । ତେବେ ଦଳ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇନଥିଲା । ବର୍ତ୍ତମାନ ବିହାରରେ ମଧ୍ୟ ଦଳ ସମାନ ଭାବରେ ପରାଜୟ ବରଣ କରିଛି । ତେଣୁ ଭବିଷ୍ୟତ ପାଇଁ ଦଳକୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।