କଂଗ୍ରେସରେ ମିଶିଲେ ଯଜେ୍ଞଶ୍ୱର

କଂଗ୍ରେସରେ ମିଶିଲେ ଯଜେ୍ଞଶ୍ୱର

କଂଗ୍ରେସରେ ମିଶିଲେ ଯଜେ୍ଞଶ୍ୱର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଯେମିତି ଦଳ ବଦଳ ରାଜନୀତି ଚାଲିଥିଲା ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ସେହା ଜାରି ରହିଛି । ଗୁରୁବାର ପୁଣି ଆଉ ଜଣେ ନେତା ଦଳ ବଦଳ କରିଛନ୍ତି । ସେ ହେଉଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜେ୍ଞଶ୍ୱର ବାବୁ । ଯଜେ୍ଞଶ୍ୱର ବାବୁ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯଜେ୍ଞଶ୍ୱର ବାବୁ ହାତ ଧରିଛନ୍ତି । ତେବେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ତାଙ୍କୁ ଟିକେଟ ପ୍ରଦାନ କରୁଛି କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।