ବରୀ ବ୍ଲକ ବିଜେଡ଼ି ସଭାପତି ନିଲମ୍ବିତ

ବରୀ ବ୍ଲକ ବିଜେଡ଼ି ସଭାପତି ନିଲମ୍ବିତ

ଭୁବନେଶ୍ୱର : ବରୀ ବ୍ଲକ ବିଜେଡ଼ି ସଭାପତି ଶେଖ ସଫିଉଦ୍ଧିନଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି । ଶେଖ ସଫିଉଦ୍ଧିନ ଟାଲି ଭାବେ ବେଶ ପରିଚିତ । ବରୀ ନିର୍ବାଚନମଣ୍ଡଳୀରେ ଟାଲିଙ୍କର ବେଶ ପ୍ରାଧାନ୍ୟ ରହିଥିଲା । ବିଶେଷକରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକଙ୍କର ସେ ଖାସ ଅନୁଗତ ଭାବେ ଜଣାଶୁଣା । ତେବେ ଗତ ନିର୍ବାଚନ ବେଳେ ଦେବାଶିଷ ନାୟକଙ୍କୁ ଟିକେଟ ମିଳିନଥିଲା । ଅପରପକ୍ଷରେ ବିଜେପିରୁ ଆସିଥିବା ଜଣେ ନବାଗତଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା । ଯାହାକୁ ନେଇ ବିଜେଡ଼ିରେ ବେଶ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଏମିତିକି ଦଳର ଅନେକ ନେତା ଓ କର୍ମୀ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।