ଟକରେ କାଠଯୋଡ଼ିକୁ ଡେଇଁ ଦୁଇ ଜଣ ନିଖୋଜ
ଦୁଇ ଜଣ ସଂପର୍କରେ ନଣନ୍ଦେଇ ଓ ଶଳା ଭାଉଜ । ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯିବ । ଗତକାଲି ରାତି ୮ ବେଳେ ନେତାଜୀ ସେତୁ ଉପରୁ କାଠଯୋଡ଼ିକୁ ଡେଇଁ ବାଙ୍କୀ ବାଁଆରା ଅଞ୍ଚଳର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଓ କଟକ ସେମିନାରୀ ଛକରେ ରହୁଥିବା କୃଷ୍ଣ ମୁଦୁଲି ନିଖୋଜ ଅଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରେ ନେତାଜୀ ସେତୁ ନିକଟରେ ନଣନ୍ଦ ଝିଲି ମୁଦୁଲି ପହଁଚି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଲୋକେ ଅଟକାଯାଇଥିଲା । ବର୍ଷା ଲେଙ୍କାଙ୍କର ଗତ କିଛି ଦିନ ସ୍ୱାମୀଙ୍କ ସହିତ ଝଗଡା ପରେ ନଣନ୍ଦଙ୍କ ଘରେ ଆସି ରହୁଥିଲେ ବୋଲି ଜଣାପଡିଛି।
ସେହିପରି ଗତ କିଛି ଦିନ ମଧ୍ୟରେ କାଠଯୋଡ଼ିକୁ ୫ ଜଣ ଡେଇଁଥିବା ବେଳେ ସେମାନଙ୍କର ପତ୍ତା ମିଳି ପାରି ନାହିଁ। ଜୁଲାଇ ୩୦ ତାରିଖରେ ଓଡ଼ିଆ ବଜାର ଅଞ୍ଚଳର ସ୍କୁଲ ଶିକ୍ଷୟିତ୍ରୀ ମମତା ସାହୁ ନେତାଜୀ ସେତୁରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ନିଖୋଜ ଅଛନ୍ତି । ଜୁଲାଇ ୩୧ ରେ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ସେହି ବ୍ରିଜରୁ ଡେଇଁ ନିଖୋଜ ଅଛନ୍ତି। ଅଗଷ୍ଟ ୨ ତାରିଖରେ ଜାତୀୟ ରାଜପଥ କାଠଯୋଡ଼ି ପୋଲ ଉପରୁ ଖାନ ନଗରର ମନୋଜ ବେହେରା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଅନ୍ୟପଟରେ ମହାନଦୀକୁ ଡେଇଁଥିବା ଅରିଲୋର କାମିନୀ ସ୍ବାଇଁଙ୍କର ମୃତଦେହ ଉଦ୍ଧାର କରାଯାଇଛି ।