୭୦୦ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶ କରି ଗୋଟିଏ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି ବିଜୟ
ଜର୍ମାନୀରେ ତିନି ଦିନ ଧରି ଆରମ୍ଭ ହୋଇଥିଲା ଫ୍ରାଙ୍କଫର୍ଟ ପୁସ୍ତକ ମେଳା, ଯାହାର ଆଜି ଶେଷ ଦିନ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏହି ବିଶାଳ ବହି ମେଳାରେ ଶତାଧିକ ଦେଶ ଅଂଶ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ବଡ ଏବଂ ଗର୍ବର କତଆ ହେଉଛି, ଏହି ପୁସ୍ତକ ମେଳାରେ ଆମ ଓଡ଼ିଶାରୁ ଭାଗ ନେଇଛନ୍ତି ଦେଶ ବିଦେଶରେ ଖୁବ ପରିଚିତ ପ୍ରକାଶନ ସଂସ୍ଥା ବି. କେ . ପବ୍ଲିକେସନ୍ସ । ସବୁ ବର୍ଷ ପରି ଏଥର ମଧ୍ୟ ପ୍ରାୟ ଶହେଟି ନୂତନ ପୁସ୍ତକ ତାଙ୍କ ଷ୍ଟଲରେ ଶୋଭା ପାଉଛି ଏବଂ ବିଦେଶୀ ପାଠକ ଓ କ୍ରେତାଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏ ଯାବତ୍ ୭୦୦ ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ କରି ଗୋଟେ ବିରଳ ରେକର୍ଡ ସୃଷ୍ଟି କରିଥିବା ସୁନାମଧନ୍ୟ ପ୍ରକାଶକ ତଥା ଏହି ସଂସ୍ଥାର ଚେୟାରପର୍ସନ ବିଜୟ କୁମାର ମହାପାତ୍ରଙ୍କ ନିଆରା ନିଷ୍ଠା ହିଁ ଆଣିଦେଇଛି ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ତେବେ କେବଳ ଜର୍ମାନୀ ନୁହେଁ ପୂର୍ବରୁ କଲମ୍ବୋ ପୁସ୍ତକ ମେଳାରେ ମଧ୍ଯ ଭାଗ ନେଇ ସେ ଓଡ଼ିଶାର ସାମର୍ଥ୍ୟ ଓ ସାହାସର ସ୍ୱାକ୍ଷର ଦେଇ ସାରିଛନ୍ତି। ସେହିପରି ଓଡ଼ିଶାର ଏକମାତ୍ର ପ୍ରକାଶନ ସଂସ୍ଥା ଭାବେ ସେ କଲିକତା ଓ ଦିଲ୍ଲୀର ବିଶ୍ୱ ପୁସ୍ତକମେଳା ରେ ନିୟମିତ ଅଂଶ ଗ୍ରହଣ କରି ଆମ ରାଜ୍ୟ ପାଇଁ ଆଣିଦେଇଛନ୍ତି ପ୍ରଶଂସା ଓ ପ୍ରତିଷ୍ଠାର ନୂଆ କୀର୍ତ୍ତିସ୍ତମ୍ଭ। ସୂଚନା ଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ମାସରେ ଲଣ୍ଡନ ପୁସ୍ତକ ମେଳା ଏବଂ ଜୁନ୍ ମାସରେ ଘାନା ପୁସ୍ତକ ମେଳା ରେ ଯୋଗ ଦେଉଛି ବି. କେ . ପବ୍ଲିକେସନ୍ସ । ବ୍ୟୁରୋ ରିପୋର୍ଟ ୟୁବିସି ଓଡ଼ିଆ ।