ଅସରପା ଘରୁ ଦୂରେଇବାର ଉପାୟ

ଅସରପା ଘରୁ ଦୂରେଇବାର ଉପାୟ

ଅସରପା ଘରୁ ଦୂରେଇବାର ଉପାୟ
ଘରର ଅନ୍ୟ କକ୍ଷ ତୁଳନାରେ ରୋଷେଇ ଘରେ ଅସରପା ର ଭିଡ଼ ଅଧିକ ଦେଖିବାକୁ ମିଳେ । ନିୟମିତ ଭାବେ ରୋଷେଇ ଘରେ ପରିଷ୍କାର ନ କଲେ ଏମାନଙ୍କ ଦୌରାତ୍ମ୍ୟ ବଢ଼ିଥାଏ । ଅସରପା କାରଣରୁ ଆମକୁ ବିଭିନ୍ନ ରୋଗ ହେବାର ଭୟ ମଧ୍ୟ ବଢ଼ିଥାଏ । କୌଣସି ଖାଦ୍ୟ ଦ୍ରବ୍ୟରେ ଅସରପା ପଡ଼ିଗଲେ ପେଟ ସମସ୍ୟା ହେବା ସହ ବଦହଜମ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ । ଘରୁ ଏଇ ଅସରପାକୁ ଦୂରେଇବାର ସରଳ ଉପାୟମାନ ରୋଷେଇରେ ବ୍ୟବହୃତ ହେଉଥିବା ତେଜପତ୍ର ଘରୁ ଅସରପା ଦୂର କରିବାରେ ବେଶ ସହାୟକ ହୋଇଥାଏ । ଯେ କୌଣସି ସ୍ଥାନରେ ଏକ ଅସରପା ଦେଖୁଛନ୍ତି, ତୁରନ୍ତ ସେଠାରେ ତେଜପତ୍ରକୁ ଜଳାଇ ରଖିଦିଅନ୍ତୁ । ଏହାର ବାସ୍ନାରେ ଘରୁ ଅସରପା ଦୂରେଇ ଯିବେ । ଏ କାମ କଲାବେଳେ ସତର୍କ ରହିବା ଉଚିତ । ତେଜପତ୍ର ଜଳାଇବା ସମୟରେ ପାଖରେ କପଡ଼ା, କିମ୍ବା କାଗଜ ଥିଲେ ତାହା ଫିଙ୍ଗି ଦିଅନ୍ତୁ । ନଚେତ ପୁରା କକ୍ଷରେ ଅଗ୍ନି କାଣ୍ଡ ହେବାର ଭୟ ଥାଏ । ରୋଷେଇରେ ପ୍ରତ୍ୟେକ କୋଣରେ ଲବଙ୍ଗ ୨-୩ ଟି ରଖିବେ । ୧ ସପ୍ତାହ ମଧ୍ୟରେ ଏହାର ଫରକ ଜାଣିପାରିବେ । ଲବଙ୍ଗର ବାସ୍ନାରେ କକ୍ଷରୁ ଅସରପା ଦୂରେଇଯାନ୍ତି । ଗୋଟିଏ ପାତ୍ରରେ ବେକିଂ ପାଉଡର ଓ ଚିନିକୁ ସମାନ ମାତ୍ରାରେ ମିଶାଇ ରଖନ୍ତୁ । ଅସରପା ଦେଖାଯାଉଥିବା ସ୍ଥାନରେ ଏହି ମିଶ୍ରଣକୁ ପକାଇଲେ ଅସରପା ମରିଯାନ୍ତି । ସ୍ୱାସ୍ଥ୍ୟ ପାଇଁ ହିତକାରୀ କାକୁଡ଼ି ମଧ୍ୟ ଅସରପାକୁ ଘରୁ ଦୂର କରିଥାଏ । କାକୁଡ଼ିକୁ ଗୋଲ ଗୋଲ କରି କାଟି ଅସରପା ହେଉଥିବା ସ୍ଥାନରେ ରଖିଲେ ଅସରପା ଘରୁ ଦୂରେଇ ଯାନ୍ତି ।