ପିଆଜ ସମ୍ପର୍କିତ ତଥ୍ୟ...

ପିଆଜ ସମ୍ପର୍କିତ ତଥ୍ୟ...

ପିଆଜ ସମ୍ପର୍କିତ ତଥ୍ୟ...
ପିଆଜର ଦରକୁ ନେଇ ଏବେ ଗଣମାଧ୍ୟମରେ ନିୟମିତ ଚର୍ଚ୍ଚା ହେଉଛି । ହିତକାରୀ ଏଇ ପିଆଜର ବିକି୍ର ଏବେ ଖୁବ ପ୍ରଭାବିତ ହେଉଛି । ପାଖାପାଖି ୫.୫୦୦ ବର୍ଷ ତଳେ ପ୍ରଥମେ ଏସିଆ ମହାଦେଶରେ ପିଆଜ ଚାଷ ଆରମ୍ଭ ହୋଇଥିଲା । ପରେ ପୁରା ବିଶ୍ୱ ବଜାରରେ ଏହାର ଲୋକପି୍ରୟତା ବିସ୍ତାର ହୋଇଥିଲା । ଆଦୌ ଫିଟ୍ ନଥିବା ଏଇ ପିଆଜ ବ୍ୟଞ୍ଜନର ସ୍ୱାଦ ବଢ଼ାଇବା ସହ ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ବିଶ୍ୱସ୍ତରରେ ଲୋକପି୍ରୟ ପରିବା ତାଲିକାରେ ପିଆଜ ୬ ଷ୍ଠ ସ୍ଥାନ ଅଧିକାର କରିଛି । ଏହି ପରିବାର ମହୌଷଧି ଗୁଣ କାରଣରୁ ଦ୍ୱିତୀ ବିଶ୍ୱଯୁଦ୍ଧ ସମୟରେ ସୈନିକ ମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଥିଲେ । ସେତେବଳେ ସୈନିକ ମାନଙ୍କ ଧାରଣା ଥିଲା ଯେ ପିଆଜ କଟାକୁ ଗୁଳି ବାଜିଥିବା ସ୍ଥାନରେ କିମ୍ବା ଦରଜ ହୋଇଥିବା ସ୍ଥାନରେ ମାଲିସ କଲେ ରୋଗର ଉପଶମ ହୋଇଥାଏ । ବିଶ୍ୱରେ ସବୁଠୁ ଅଧିକ ଆମେରିକୀୟ ଲୋକେ ପିଆଜ ଖାଉଥିବାର ପ୍ରକାଶ । ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏମାନେ ପିଆଜର ଉପଯୋଗ କରିଥାନ୍ତି । ଜଣେ ସାଧାରଣ ଆମେରିକୀୟ ବର୍ଷକୁ ୮.୫ କିଲୋ ଓଜନର ପିଆଜ ଖାଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।