ଏମିତି ବି ବଦଳେ ଭାଗ୍ୟ : ଉଲକାପିଣ୍ଡ କଲା କୋଟିପତି
ଏମିତି ବି ବଦଳେ ଭାଗ୍ୟ : ଉଲକାପିଣ୍ଡ କଲା କୋଟିପତି
admin
Nov 20, 2020 - 09:10
Updated: Nov 20, 2020 - 09:10
ଜାକାର୍ତ୍ତା : ଲଟେରି ଓ ଲକି ଡ୍ର ଜିତି ରାତାରାତି କୋଟିପତି ହେବାର ଅନେକ ଉଦାହରଣ ରହିଛି । ଏଠାରେ କିନ୍ତୁ ଜଣେ ବ୍ୟକ୍ତି ଭିନ୍ନ ଏକ କାରଣ ପାଇଁ କୋଟିପତି ହୋଇଛନ୍ତି । ସେ ହେଉଛନ୍ତି ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ୩୩ ବର୍ଷୀୟ କଫିନ ନିର୍ମାନା ଜୋଶୁଆ ହୁଟାଗାଲଙ୍ଗ । ଜୋଶୁଆଙ୍କ ଘର ଛାତ ଉପରେ ଏକ ଉଲକାପିଣ୍ଡ ମାଡ଼ ହେବା ଯୋଗୁଁ ସେ ରାତାରାତି ୧ ମିଲିଅନ ପାଣ୍ଡ ବା ପ୍ରାୟ ୯.୮ କୋଟିର ମାଲିକ ହୋଇଛନ୍ତି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଏହି ଉଲକାପିଣ୍ଡର ଓଜନ ପ୍ରାୟ ୨.୧ କିଲୋଗ୍ରାମ ଏବଂ ପ୍ରାୟ ୪୫୦ କୋଟି ବର୍ଷ ପୁରୁଣା । ଏହାକୁ ସିଏମ ୧/୨ କାର୍ବୋନେସିୟମ କୋଣ୍ଡ୍ରାଇଟ ଭାବେ ଚିହ୍ନଟ କରାଯାଇଛି, ଯାହା ଅତ୍ୟନ୍ତ ବିରଳ ପ୍ରକାର ଏହାର ପ୍ରତ୍ୟେକ ଗ୍ରାମର ମୂଲ୍ୟ ୬୪୫ ପାଉଣ୍ଡ (ହାରାହାରି ୬୩ ହଜାର ଟଙ୍କା) ଜୋଶୁଆ କହିଛନ୍ତି ସେ ଯେତେବେଳେ ପ୍ରଥମେ ଉଲକାପିଣ୍ଡକୁ ସ୍ପଶ କଲେ, ତାହା ଗରମ ଥିଲା । ଏହାକୁ ସେ ନିଜ ହାତରେ ଘରକୁ ଉଠାଇ ନେଲେ । ଉଲକା ପଡ଼ିବା ପରେ ଖୁବ ଜୋରରେ ଶବ୍ଦ ହୋଇଥିଲା । ଫଳରେ ସେ ତାଙ୍କ ଘରର ଏକ ଅଂଣଶ ଦୋହଲି ଯାଇଥିଲା । ଏ ନେଇ ଖୋଜାଖୋଜି କରିବା ପରେ ଘରର ଟିଣ ଛାତ ଭାଙ୍ଗି ଯାଇଥିବା ତାଙ୍କ ନଜରରେ ପଡ଼ିଥିଲା । ତା ପରେ ସେ ଉଲକାପିଣ୍ଡ ଆବିଷ୍କାର କଲେ । ଉଲକା ବିଷୟରେ ପୂର୍ବରୁ ଧାରଣା ନଥିବାରୁ ଏଇଟି ଆକାଶରୁ ଖସିଛି ବୋଲି ସେ ଅନୁମାନ କଲେ । ଅନେକ ଏହାକୁ ଉଲକା ବୋଲି କଲେ । ଏହି ଉଲକାପିଣ୍ଡର ଏକ ଅଂଶ ଆମେରିକୀୟ ଉଲକାପିଣ୍ଡ ବିଶେଷଜ୍ଞ ଜାରେଡ କଲିନସ କିଣିଛନ୍ତି ।