ଶୀତଲଙ୍କ ନୂଆ ସିନେମା

ଶୀତଲଙ୍କ ନୂଆ ସିନେମା

ଶୀତଲଙ୍କ ନୂଆ ସିନେମା
ମଡେଲ ତଥା ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଏବେ ତାଙ୍କର ଆଗାମୀ ସିନେମାକୁ ନେଇ ଭାରି ବ୍ୟସ୍ତ । ଶୀର୍ଷକ ଠିକ୍‍ ହୋଇନଥିବା ସିଦ୍ଧାଇର୍ ଟିଭି ଚ୍ୟାନେଲ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ସେ ଏକ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି । ଫିଲ୍ମରେ ସେ ନାୟକ ଜ୍ୟୋତିଙ୍କ ନାୟିକା ସାଜିବେ । ଏହା ତାଙ୍କର ୯ତମ ସିନେମା ହୋଇଥିଲା ବେଳେ ଲୋକପି୍ରୟ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନା ସଂସ୍ଥା ସାଥୀର ଷଷ୍ଠ ଚଳଚ୍ଚିତ୍ର । ଏହାର ନିଦେ୍ର୍ଧଶନା ଦେଉଛନ୍ତି ମୃତୁ୍ୟଞ୍ଜୟ ସାହୁ (ବାପି) । ସଙ୍ଗୀତ ନିଦେ୍ର୍ଧଶନା ଭାର ବହନ କରିଛନ୍ତି ଅସଦ ନିଜାମ । ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ପରେ ବଡ଼ ବ୍ୟାନରରେ ମୁଖ୍ୟ ନାୟିକା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଶୀତଲ ଓଡ଼ିଆ ଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢେ଼ା’ ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ । ପରେ ‘ଭଲପାଏ ତତେ ୧୦୦ରୁ ୧୦୦’ ତୁ ଯେ ସେଇ, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ, ଦିଲ ଦିୱାନା ହୋଇଗଲା, ସୁନା ପିଲା ଟିକେ ସ୍କୁ୍ର ଢ଼ିଲା, ଓ ‘ମିଷ୍ଟର ମଜନୁ’ ଭଳି ସିନେମା ଭେଟି ଦେଇଛନ୍ତି । ୯ଟି ଫିଲ୍ମରୁ ୭ଟିରେ ସେ ବାବୁସାନଙ୍କ ନାୟିକା ସାଜିଥିବା ବେଳେ ଦୁଇଟି ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ଅପସରା ବନିଥିଲେ ।