ବେଳାଭୂମିରେ ଲାଇଫଗାର୍ଡ କରୁଛନ୍ତି ପର୍ଯ୍ୟଟକଙ୍କୁ ସଚେତନ |

ପୁରୀ ବେଳାଭୂମିରେ ଏବେ ଦିନକୁଦିନ ସମୁଦ୍ରସ୍ନାନ କାଳ ସାଜିଛି। କେତେବେଳେ ଉଚ୍ଚ ଲହଡି ମାଡରେ ପର୍ଯ୍ୟଟକ ମାନେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଆନ୍ତି ତ ଆଉ କେତେବେଳେ ରିପ୍ କରେଣ୍ଟ ଯୋଗୁଁ ମଧ୍ୟ ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଚାଲିଯାଆନ୍ତି।

ବେଳାଭୂମିରେ ଲାଇଫଗାର୍ଡ କରୁଛନ୍ତି ପର୍ଯ୍ୟଟକଙ୍କୁ ସଚେତନ  |
Lifeguards at Belabhumi Alert Tourists |

Video Link:https://youtube.com/shorts/MgsoGaXXYrE

ଏ ସବୁ ଘଟଣା କେବଳ ଅସାବଧାନତା ଓ ଲାଇଫଗାର୍ଡଙ୍କ କଥା ନ ଶୁଣିବାରୁ ଦେଖିବାକୁ ମିଳିଛି । ଆଜି  ବଙ୍ଗଲକ୍ଷ୍ମୀ ହୋଟେଲ୍ ସମ୍ମୁଖ ବେଳାଭୂମିରେ ଲାଇଫଗାର୍ଡ ମାନେ ଡାକବାଜୀ ଯନ୍ତ୍ର ଦ୍ବାରା ପର୍ଯ୍ୟଟକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଗଭୀର ସମୁଦ୍ର ଭିତରକୁ ନ ଯାଇ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ସ୍ନାନ କରିବାକୁ ଲାଇଫଗାର୍ଡ ମାନେ ପର୍ଯ୍ୟଟକଙ୍କୁ ଅନୁରୋଧ କରିବା ସହ ସଚେତନ ମଧ୍ୟ କରୁଛନ୍ତି। ହେଲେ କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ଶୁଣୁନଥିବା ଦେଖିବାକୁ ମିଳିଛି।