ମଦ ପାଇଁ ସାଙ୍ଗକୁ ହତ୍ୟା

ମଦ ପାଇଁ ସାଙ୍ଗକୁ ହତ୍ୟା

ମଦ ପାଇଁ ସାଙ୍ଗକୁ ହତ୍ୟା
କେନ୍ଦୁଝର : ମଦ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁର୍ଗାପୁର ଗାଁର ବିରଞ୍ଚି ମୁଣ୍ଡା ଓ ମାଟିଆଳ ସାହିର ସୁକୁଲାଲ୍ ମୁଣ୍ଡା ଦୁର୍ଗାପୁରର ଏକ ଦେଶୀ ମଦ ଭାଟିରେ ବସି ଏକାସଙ୍ଗେ ମଦ ପିଉଥିଲେ । ଏହି ସମୟରେ କିଛି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଦୁହେଁ ହାତାହାତି ହୋଇଥିଲେ ଏବଂ ବିରଞ୍ଚି ମୁଣ୍ଡାର ମାଡ଼ରେ ସୁକୁଲାଲ୍ ମୁଣ୍ଡାଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ହତ୍ୟାକାଣ୍ଡ ପରେ ବିରଞ୍ଚି ମୁଣ୍ଡା ଯାଇ ଝୁମ୍ପୁରା ଥାନାରେ ଆତ୍ମସମର୍ପଣ କରିଥିଲା । ଆଜି ସକାଳେ ଝୁମ୍ପୁରା ଥାନା ଅଧିକାରୀ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ଙ୍କ ଉପସ୍ଥିତରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି । ଝୁମ୍ପୁରା ଥାନାରେ ଏ ସଂକ୍ରାନ୍ତରେ ନମ୍ବର ୧୧୯/୨୦୧୯ରେ ଏକ ମାମଲା ରୁଜୁ ହୋଇଛି ।