ଆସୁଛି ପାର୍ବଣ ସଜବାଜ ହେଲିଣି ମେଲୋଡି ଦଳ

ପ୍ରତିଥର ପରି ଏଥର ମଧ୍ୟ ଅରକେଷ୍ଟା ଗ୍ରୁପ ସୋସିଆଲ ମିଡ଼ିଆ ୟୁଟୁବ ରେ ଅଧିକ ଲୋକ ପ୍ରିୟ ହୋଇଥିବା ଗୀତ କୁ ଆଗରେ ରଖି ଚଳାଇଛନ୍ତି ପ୍ରାକ୍ଟିସ.ଅକ୍ଟୋପ୍ୟାଡ଼ ହ୍ୟାଡ଼ସୋନିକ କିବୋର୍ଡ଼ ତବଲା ଢୋଲ ଗୀଟାର ଆଉ ଏବେ ଏବେ ନୂଆ କରି ଆସିଥିବା କୀଟାର ସାରଞ୍ଜାମ ରେ ଏହି ସବୁ ଗୀତକୁ ସୁମଧୁର କରାଯାଉଛି. ତେବେ ଅରୁଚିକ ଗୀତ ଓ଼ ନୃତ୍ୟ ରୁ ନିଜକୁ ଦୁରେଇ ରଖିବାକୁ କଳାକାର ଗ୍ରୁପ ନିଷ୍ପତି ନେଇଥିବା କହିଛନ୍ତି. ଅନ୍ୟପଟେ ସାଗର ସଙ୍ଗମ ର ମୁଖ୍ୟ କହିଚନ୍ତି ଫିଲ୍ମ୍ ହଲ ରେ ଜେଉ ଭଳି ଶବ୍ଦ ଶୁଣୁ ଚନ୍ତି, ସେଭଳି ଶବ୍ଦ ରୋଡ ଉପରେ ଶୁଣି ପାରିବେ ଦର୍ଶକ, ପ୍ରଥମ ଥର 8ଡି ସାଉଣ୍ଡ ରେ ମେଲୋଡି ପରିବେଷଣ କରିବ ସାଗର ସଙ୍ଗମ.

ସେପଟେ କଟକ କମିଶନରେଟ ପୋଲିସ ପୂଜା କୁ ନେଇ କରିଛି ସ୍ୱତନ୍ତ୍ର ନିୟମାବଳୀ. ଗଣେଶ ପୂଜା ରୁ କାର୍ତ୍ତିକ ସ୍ୱର ପୂଜା ପର୍ଯ୍ୟନ୍ତ ସହରର ବିଭିନ୍ନ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4ରୁ 10ପର୍ଯ୍ୟନ୍ତ ଅନୁମତି ଥାନା ରୁ ନେଇପାରିବେ.ମଞ୍ଚରେ କଳାକାର ଯେପରି ଅରୁଚିକର ପୋଷାକ ପିନ୍ଧି ନ ନାଚିବେ ଓ଼ ଅସିଲ ଗୀତ ନ ଗାଇବେ ସେନେଇ ଉଭୟ ଆୟୋଜକ ଓ଼ ମେଲୋଡି ଗ୍ରୁପ କୁ ନିର୍ଦେଶ ଜାରି ହୋଇଛି.ସବୁଠି ଏ ସବୁକୁ ପୋଲିସ କଡା ଦୃଷ୍ଟି ରେ ଲକ୍ଷ ରଖିବେ. ଯଦି କିଏ ଖିଲାପ କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି. ଗଣେଶ ପୂଜା ପରେ ଆସିବେ ମାଆ ଜଗତ ଜନନୀ ଦୁର୍ଗା। ତେବେ ପୂଜା ସମୟରେ ଟ୍ରେଣ୍ଡ ଗୀତ କୁ ନେଇ ସାରା ଓଡ଼ିଶାରେ ଚହଳ ପକାଇବ ଏହି ମେଲୋଡି ଟିମ ।