ଦୁଇ ଦିନରେ ଦୃଷ୍ଟିବାଧିତ ମା ପାଖରେ ଅପହୃତ ଛୁଆକୁ ପହଞ୍ଚାଇବା ଆମକୁ ଆତ୍ମସନ୍ତୋଷ ଦେଇଛି
1.
ଭୁବନେଶ୍ଵର ରାମ ମନ୍ଦିର ସାମ୍ନାରୁ ଦୁଇ ବର୍ଷର ଶିଶୁପୁତ୍ର ଅପହରଣ ଘଟଣା। ବାଲେଶ୍ଵର ଖନ୍ତାପଡ଼ା ବୋଇତାରୁ ମିଳିଲା ଶିଶୁପୁତ୍ର । ଅପହୃତ ଶିଶୁକୁ ରଖିଥିବା ଅଭିଯୋଗରେ ଝେଲମ ରାଣୀ ପଣ୍ଡା ନାମକ ମହିଳା ଅଟକ। ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିସନରେଟ୍ ପୁଲିସ। ଉଦ୍ଧାର ପରେ ତାକୁ ଭୁବନେଶ୍ବରକୁ ଆଣୁଛି ପୁଲିସର ସ୍ବତନ୍ତ୍ର ଟିମ୍।

ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା। ଏହି ଆଧାରରେ ପୁଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍କୁ ସିସିଟିଭି ଫୁଟେଜ୍ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାବାଦ୍ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।





Jagannath Nayak 