ଆପଣାନ୍ତୁ ଏହି ଉପାୟ, ଶାଢ଼ି ସବୁବେଳେ ଦେଖାଯିବ ନୂଆ

ଆପଣାନ୍ତୁ ଏହି ଉପାୟ, ଶାଢ଼ି ସବୁବେଳେ ଦେଖାଯିବ ନୂଆ

ଭାତୀୟ ମହିଳାମାନଙ୍କ ପ୍ରଥମ ପସନ୍ଦ ବନାରସି ଶାଢ଼ି ହୋଇଥାଏ । ଯାହାକୁ ଆଜିର ଜେନେରେସନ ମଧ୍ୟ ପସନ୍ଦ କରିଥାନ୍ତି । ଭାରତୀୟ ମହିଳା ସବୁ ପର୍ବପର୍ବାଣି ଓ ବିବାହ ଉତ୍ସବରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ବନାରସି ଶାଢ଼ି ଫ୍ୟାସନ ସବୁ ବେଳେ ରହିଛି । ଏହି ଶାଢ଼ି ମହିଳାମାନେ ପିନ୍ଧିବାକୁ ଯେତିକି ପସନ୍ଦ କରନ୍ତି ତାହାର ଯତ୍ନ ନେବା କଥା ଉଠିଲେ ସେତିକି ଡରନ୍ତି । ବନାରସି ଶାଢ଼ିର ଯତ୍ନ ଠିକ୍ ଭାବରେ ନନେଲେ ତାହାର ଜରି କାମ କଳା ପଡ଼ିଯାଏ । ଯଦି ଆପଣ ଏହି ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥାନ୍ତି ତେବେ ଆପଣାନ୍ତୁ ଏହି ଉପାୟ । କୌଣସି ଉତ୍ସବରେ ଶାଢ଼ି ପିନ୍ଧିକି ଆସିଲା ପରେ ତୁରନ୍ତ ତାହାକୁ ଓହ୍ଲାଇ ବ୍ରିପ୍ କେଶରେ ରଖନ୍ତୁ ନାହିଁ । ଏହାକୁ ହ୍ୟାଙ୍ଗରରେ ଆଲମିରାରେ କଭର କରି ରଖନ୍ତୁ । ବିନା କଭର କରି ଶାଢ଼ିକୁ ହ୍ୟାଙ୍ଗରରେ ଟଙ୍ଗାନ୍ତୁ ନାହିଁ । ନହେଲେ ଶାଢ଼ୀରେ ଧୂଳି ଲାଗିଯିବ । ମନେ ରଖି ଶାଢ଼ି ମଧ୍ୟରେ ପେପର ଦେବେ । ଏପରି କଲେ ଶାଢ଼ିରେ ଦାଗ ପଡ଼ିବ ନାହିଁ । ଶାଢ଼ିକୁ କିଟାଣୁରୁ ରକ୍ଷା କରିବା ପାଇଁ ଗନ୍ଧ କପୂର ବ୍ୟବହାର କରିପାରିବେ । ଶିଳ୍କ ଶାଢ଼ିରେ ବହୁ ସମୟରେ କିଟାଣୁ ଲାଗି ତାହା ମଝିରୁ ଫାଟି ଯାଇଥାଏ । ମଝିରେ ମଝିରେ ଛୋଟ ଛୋଟ କଣା ମଧ୍ୟ ହୋଇଯାଏ । ତେଣୁ କିଟାଣୁରୁ ସୁରକ୍ଷା ରଖିବା ପାଇଁ ଗନ୍ଧ କପୂର ଶାଢ଼ିରେ ରଖନ୍ତୁ । ଧ୍ୟାନ ରଖବେ ଏହାକୁ ଶାଢ଼ି ଉପରେ ରଖିବେ ନାହିଁ । କାରଣ ଶାଢ଼ି ଉପରେ ରଖିଲେ ଶାଢ଼ିର ରଙ୍ଗ ଫିକା ପଡ଼ିଯିବ । ଶାଢ଼ି ପିନ୍ଧିବା ପରେ ଏହାକୁ ଡ୍ରାଏ କ୍ଲିନ କରିବାକୁ ଭୁଲନ୍ତୁ ନାହିଁ । ବନାରସି ଶାଢ଼ିରେ କିଛି ଦାଗ ଲାଗିଗଲେ ତାହା ସହଜରେ ଛାଡେ଼ ନାହିଁ । ତେଣୁ ଥରେ ଶାଢ଼ି ପିନ୍ଧିବା ପରେ ତାହାକୁ ଡ୍ରାଏ କ୍ଲିନ ନିହାତି ଭାବରେ କରନ୍ତୁ ।