ବଦଳୁଛି କରୋନା ରୋଗୀଙ୍କ ଲକ୍ଷଣ

ବଦଳୁଛି କରୋନା ରୋଗୀଙ୍କ ଲକ୍ଷଣ

ବଦଳୁଛି କରୋନା ରୋଗୀଙ୍କ ଲକ୍ଷଣ
କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ସ ସହିତ ନୂଆ ନୂଆ ପରିବର୍ତ୍ତନ ବି ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ କରି ସଂକ୍ରମିତ ରୋଗୀଙ୍କ ଲକ୍ଷଣରେ ପରିବର୍ତ୍ତନ ଆସୁଥିବା ଦେଖିବାକୁ ମିଳିଛି । ଗଳା, ଫୁସଫୁସ ଓ ମସ୍କିଷ୍କକୁ ଏହା ପ୍ରଭାବିତ କରୁଥିବା ନେଇ ବିଭିନ୍ନ ଅଧ୍ୟୟନ ରିପୋର୍ଟ ସ୍ପଷ୍ଟ କରିଥିବା ବେଳେ ଏବେ କିଛି ରୋଗୀଙ୍କ ଠାରେ ନୂଆ ଲକ୍ଷଣ ପ୍ରକାଶ ପାଇଛି । ଚୀନରୁ ମିଳିଥିବା ନୂଆ ତଥ୍ୟ ମୁତାବକ ସଂକ୍ରମିତଙ୍କ ଠାରେ ୫୦% କରୋନା ରୋଗୀଙ୍କ ଠାରେ ପେଟ ଯନ୍ତ୍ରଣା, ବାନ୍ତି ଓ ଡାଇରିଆ ଭଳି ଲକ୍ଷଣ ଦେଖିବାକୁ ମିଳିଛି । କରୋନା ଭୂତାଣୁ ଏହାର ପ୍ରଭାବକୁ ବଦଳାଉଥିବା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି । ଅନ୍ୟ ପକ୍ଷରେ ଆମେରିକାର କିଛି ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କ ଅନୁସାରେ କରୋନା ଭୂତାଣୁ ଲୋକଙ୍କୁ ସଂକ୍ରମଣ କରିବା ପରେ ସେମାନଙ୍କ ମସ୍ତିଷ୍କକୁ ଆକ୍ରାନ୍ତ କରୁଛି । ଜ୍ୱର ପରେ ଏବେ ମସ୍କିଷ୍କ ଜନିତ ସମସ୍ୟା ଦେଖାଦେଉଛି । ମୁଣ୍ଡବିନ୍ଧା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆମେରିକାନ ଜର୍ଣ୍ଣାଲ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିରେ ପ୍ରକାଶିତ ନିବନ୍ଧ ମୁତାବକ ଚୀନର ହୁବେଇ ପ୍ରଦେଶରେ ୨୦୪ କରୋନା ରୋଗୀଙ୍କୁ ନେଇ ଗବେଷଣା କରାଯାଇଥିଲା । ଏହା ପରେ ଏଥିରୁ ଜଣାପଡ଼ିଥିଲା ଯେ ରୋଗୀଙ୍କ ମସ୍ତିଷ୍କକୁ କରୋନା ଭୂତାଣୁ ସାଂଘାତିକ ଭାବେ କ୍ଷତି ପହଞ୍ଚାଉଛି । ସାଧାରଣତଃ ଭାବେ ଜଣେ ରୋଗୀ ଠାରେ ଜ୍ୱର, ଶ୍ୱାସକ୍ରିୟାର କଷ୍ଟ ଅନୁଭବ, ଶୁଖିଲା କାଶ ଆଦି ଲକ୍ଷଣ ପ୍ରକାଶ ପାଉଛି । ଏଥିସହ ଅନ୍ୟ କେତେକ ଲକ୍ଷଣ ବି ଦେଖିବାକୁ ମିଳୁଛି । ଏଭଳି ହେଲେ ରୋଗୀ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଫୁଡ୍ ପଏଜନିଙ୍ଗ ଲକ୍ଷଣ ବି ରହୁଛି ଦ ସନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଲଣ୍ଡନର ବଲହମ ସହର ନିବାସୀ ଇସଲା ହସଲମ ନାମକ ଜଣେ ରୋଗୀ ନିଜ ଅନୁଭବ ବଖାଣି କହିଛନ୍ତି, ସେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣରେ ପଡିଥିଲେ, ତାଙ୍କ ପେଟରେ ଅଜବ ପ୍ରକାର ଯନ୍ତ୍ରଣା ହୋଇଥିଲା । ଏହା ସଂକ୍ରମଣର ପ୍ରଥମ ଲକ୍ଷଣ ଥିଲା । ଦିନେ ସେ ସକାଳେ ଉଠିବା ପରେ ତାଙ୍କ ଠାରେ ଫୁଡପଏଜନିଂ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । କିଛି ଘଣ୍ଟା ପରେ ଗଳାରେ କଷ୍ଟ ଅନୁଭବ କରିଥିଲେ ଏବଂ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ରାତିି ସାରା ନାକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ । ଦେହମୁଣ୍ଡ ଘୋଳାବିନ୍ଧା ହେବା ସହ ସେ ନିଜକୁ ଅଧିକ ଓଜନିଆ ଅନୁଭବ କରିଥିଲେ । ଜ୍ୱର ବି ବଢ଼ିବାରେ ଲାଗିଥିଲା ।