ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ
ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ

ଟୋକିଓ : ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଗତକାଲି ସେମିଫାଇନାଲରେ ସେ ପରାସ୍ତ ହୋଇଥିଲେ ବି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଥିଲେ ।
ସେମି ଫାଇନାଲରେ ସେ ଆଜରବାଇଜନର ହାଜି ଆଲିଏଭଙ୍କ ଠାରୁ ପରାସ୍ତ ହୋଇଥିଲେ । ଫଳରେ ବଜରଙ୍ଗଙ୍କ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଯାଇଥିଲା । କିନ୍ତୁ ସେ ଆଶା ଛାଡ଼ିନଥିଲେ । ଆଜି ବ୍ରୋଞ୍ଜ ପଦକ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି । ମ୍ୟାଚରେ ସେ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇନଥିଲେ । ୮-୦ରେ ସେ ମ୍ୟାଚ ଜିଣି ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି କରିଛନ୍ତି ।
ଚଳିତ ଅଲମ୍ପିକ ପୂର୍ବରୁ ବଜରଙ୍ଗ ଆହତ ହୋଇଥିଲେ । ତଥାପିବି ସେ ହିମ୍ମତ ହାରିନଥିଲେ । ବଜରଙ୍ଗଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲେବି ସେ ଚମତ୍କାର ଖେଳିଥିଲେ ।