ରାଜ୍ୟରେ ଆଉ ୧୨୪୩ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଉ ୧୨୪୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୨୪୩ ଜଣ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୮ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୦୭୦ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୨୯ଟି ଜିଲ୍ଲାରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୯୯ ଜଣ, କଟକରୁ ୧୭୭, ଜଗତସିଂହପୁରରୁ ୮୮ ଜଣ,ପୁରୀରୁ ୬୯ ଜଣ, ନୟାଗଡ଼ାରୁ ୫୬ ଜଣ, ଅନୁଗୁଳରୁ ୫୩ ଜଣ, ଯାଜପୁରରୁ ୫୦ ଜଣ, ବାଲେଶ୍ବରରୁ ୪୯ ଜଣ,ମୟୂରଭଞ୍ଜରୁ ୩୫ ଜଣ, କେନ୍ଦ୍ରାପଡ଼ାରୁ ୩୨ ଜଣ, ଢ଼େଙ୍କାନାଳରୁ ୨୯ ଜଣ,କେନ୍ଦୁଝରରୁ ୧୫ ଜଣ,ସୁନ୍ଦରଗଡ଼ରୁ୧୪ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ବଲପୁରରୁ ୧୦ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀରରୁ ୬ ଜଣ,କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ , ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଜପତି ଓ ମାଲକାନଗିରି ଜିଲ୍ଳାରୁ ୩ ଜଣ ଲେଖାଏଁ , ଗଞ୍ଜାମ, କଳାହାଣ୍ଡି ,ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ , ଦେବଗଡ଼ରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୮୭ ହଜାର ୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨ ହଜାର ୧୨୯ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।