ରୋଗୀ ଆତ୍ମହତ୍ୟା କରିଛନ୍ତି: ଏଡିଏମଓ

ରୋଗୀ ଆତ୍ମହତ୍ୟା କରିଛନ୍ତି: ଏଡିଏମଓ

ରୋଗୀ ଆତ୍ମହତ୍ୟା କରିଛନ୍ତି: ଏଡିଏମଓ
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ ମହଲାରୁ ପଡି ରୋଗୀ ମୃତ୍ୟୁ ଘଟଣା । ରୋଗୀ ମୃତ୍ୟୁ ନେଇ ଏଡିଏମଓ ସଂକଳ୍ପ କେଶରୀ ଭୋଳ ସୂଚନା ଦେଇଛିନ୍ତି । ରୋଗୀ ଜଣଙ୍କ ଅଂଶୁଘାତରେ ଆପକ୍ରାନ୍ତ ହୋଇ ମେଡିକାଲ ଆସିଥିଲେ । ସେ ମାନସିକ ବିଷାଦଗ୍ରସ୍ତ ଥିବା ଅନୁମାନ ହେଉଥିଲା ଏବଂ ପରେ ଆତ୍ମହତ୍ୟା କରିଛନ୍ତି । ସୂଚନାଯୋଗ୍ୟ ଯେ, ମୃତ ରୋଗୀ ଜଣକ ହେଲେ ଟୁନା ବେହେରା । ସେ କାଲି ମେଡିକାଲରେ ଭର୍ତି ହୋଇଥିବା ଜଣା ପଡିଛି । ଟୁନା ବେହେରା ଗଁଦିଆ ଥାନା ମହୁଲଖୋଳ ଗାଁରୁ ମେଡିକାଲକୁ ଆସିଥିଲେ । ୬ ମହଲାର ବଡ ଝରକା ଦେଇ ରୋଗୀ ଜଣକ ତଳେ ପଡିବାରୁ ମୃତ୍ୟୁ ହୋଇଥିଲା ।