ଇସି କେବଳ ମୋଦି-ଶାହାଙ୍କ ମୋହରା: କଂଗ୍ରେସ

ଇସି କେବଳ ମୋଦି-ଶାହାଙ୍କ ମୋହରା: କଂଗ୍ରେସ

ଇସି କେବଳ ମୋଦି-ଶାହାଙ୍କ ମୋହରା: କଂଗ୍ରେସ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ପ୍ରଚାର ବନ୍ଦ ପାଇଁ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶକୁ କଂଗ୍ରେସ ପ୍ରବଳ ବିରୋଧ କରିବା ସହ କଟାକ୍ଷ କରିଛି । ଦଳ କହିଛି ଯେ ଇସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ନିଜ ଦୁର୍ବଳତା ପଦାରେ ପକାଇଛନ୍ତି । ମୋଦି ଓ ଶାହାଙ୍କ ମୋହରା ସାଜି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଦେଶରେ ଏବେ ନିର୍ବାଚନ ଆଜରଣ ବିଧି ଲାଗୁ ହୋଇଛି ବୋଲି କଂଗ୍ରେସ ଦର୍ଶାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲ କହିଛନ୍ତି , ବେଙ୍ଗଲରେ ନିର୍ବାଚନୀ ପ୍ରଚାରକୁ ଦିନକ ପୂର୍ବରୁ ବନ୍ଦ କରିଦିଆଯାଇଛି । ଗୁରୁବାର ରାତି ୧୦ଟା ପରେ ଏଠାରେ ପ୍ରଚାର ହେବନାହିଁ । ଏହା ବିଜେପିକୁ ନିର୍ବାଚନ କମିଶନଙ୍କ ଉପହାର । କମିଶନ ଏଭଳି କରି ନିଜର ଦୁର୍ବଳତାକୁ ପଦାରେ ପକାଇଛନ୍ତି । ଦେଶରେ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ କମିଶନ ବିଫଳ ହୋଇଥିବା ସୂଚାଇଛନ୍ତି । ଇସି ଏବେ କେବଳ ମୋଦି-ଶାହାଙ୍କ ମୋହରା ସାଜି କାମ କରୁଛନ୍ତି । ତେଣୁ ଇସି ଲୋକଙ୍କ ସମ୍ମୁଖକୁ ଆସି ନିଜର ଏହି କାର୍ଯ୍ୟକଳାପ ବାବଦରେ ଲୋକଙ୍କୁ କହିବା ଆବଶ୍ୟକ ବୋଲି ସୁର୍ଜେୱାଲା କହିଛନ୍ତି ।