ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ୟେଦୁରପ୍ପା

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ୟେଦୁରପ୍ପା

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ୟେଦୁରପ୍ପା
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଏଥିରେ ସେ ୧୭ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୫ ବିଧାୟକ, ଜଣେ ବିଧାନ ପରିଷଦ ସଦସ୍ୟ କୋଟା ଶ୍ରୀନିବାସ ପୂଜାରୀ ଏବଂ ଜଣେ ଅଣନିର୍ବାଚିତ ସଦସ୍ୟ ଲକ୍ଷ୍ମଣ ସଭାଡ଼ି ରହିଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ବିଧାୟକମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ। ଏହାବ୍ୟତୀତ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଆର. ଅଶୋକ ଏବଂ କେ. ଏସ. ଈଶ୍ଵରପ୍ପାଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ଗତ ଜୁଲାଇରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୭ ବିଧାୟକ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଥିଲା। ଏହା ପରେ ୟେଦୁରପ୍ପାଙ୍କ ନେତୃତ୍ଵାଧୀନ ବିଜେପି ଜୁଲାଇ ୨୬ରେ ସରକାର ଗଢ଼ିଥିଲା। ୟେଦୁରପ୍ପା ୨୬ ତାରିଖରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।