ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ପରେ ପରିବାର ଆଣିଲେ ହତ୍ୟା ଅଭିଯୋଗ |

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ. ମୃତ ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଦାସ,ଯୁବକଙ୍କ ଘର ଖୋର୍ଦ୍ଧା ଜଟଣୀ ଅଞ୍ଚଳ ରେ ଜଣା ପଡ଼ିଛି।ସେ 4 ମାସ ହେଲା ନିଶାମୁକ୍ତି କେନ୍ଦ୍ରରେ ଭର୍ତି ହୋଇ ଥିଲେ| ଘଟଣା ସ୍ଥଳରେ ପହଂଚିଛି ସଦର ଥାନା ପୋଲିସ.

ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ନିଶା ମୁକ୍ତି କେନ୍ଦ୍ରର 4 ସଦସ୍ୟଙ୍କୁ ପୋଲିସ ଅଟକ ରହିଛନ୍ତି .ଅନ୍ୟପଟେ ତାଙ୍କ ପରିବାର ଲୋକ କହିଛନ୍ତି ସୌମ୍ୟ ରଂଜନ କୌଣସି ପ୍ରକାର ନିଶା ସେବନ କରୁ ନ ଥିଲେ। ପିଲା ବେଳୁ ଭଲ ପାଠ ପଢ଼ୁ ଥିଲେ। ଇଂଜିନିୟରିଂ କରିଥିଲେ। ମୁମ୍ବାଇରେ ଚାକିରି ମଧ୍ୟ କରିଥିଲେ। ବହୁତ୍ ଈଶ୍ୱର ବିଶ୍ବାସୀ ଥିଲେ। ସବୁ ବେଳେ ପୂଜା ପାଠ ରେ ତାଙ୍କର ମନ ରହୁଥିଲା।

- କୌଣସି କାରଣରୁ ମାନସିକ ଅବସାଦ ବା  ଡିପ୍ରେସନ୍ କୁ ଚାଲି ଯାଇଥିଲେ। ଏହି ନିଶା ମୁକ୍ତି କେନ୍ଦ୍ରରେ ମାନସିକ ଅବସାଦ ରୋଗୀଙ୍କର ମଧ୍ୟ ଚିକିତ୍ସା କରାଯାଉଥିଲା। ଏହି ଖବର ପାଇ ଆମେ ତାକୁ ଆଣି ଏଠାରେ ଭର୍ତ୍ତି କରିଥିଲୁ। କିନ୍ତୁ ଏଠାରେ ଅନ୍ୟ ନିଶାଗ୍ରସ୍ତ ରୋଗୀ ମଧ୍ୟ ଭର୍ତ୍ତି ହୋଇଥିଲେ।

- ସୌମ୍ୟକୁ କେହି ହତ୍ୟା କରିଥିବା ଆମେ ସନ୍ଦେହ କରୁଛୁ।

- ସି ସି ଟିଭି କାହିଁକି କାମ କରୁ ନ ଥିଲା ତାହାର ତଦନ୍ତ ହେବା ଦରକାର ବୋଲି ପ୍ରତିକ୍ରିୟା ଦେଇଛନ୍ତି ।