ବିଜେପି ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି: ରାବ୍ରୀ

ବିଜେପି ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି: ରାବ୍ରୀ

ବିଜେପି ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି: ରାବ୍ରୀ
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରୀ ଦେବୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଜେପି ସରକାର ଜେଲରେ ବନ୍ଦୀ ଥିବା ତାଙ୍କ ସ୍ୱାମୀ ଲାଲୁ ପ୍ରସାଦ ଯାଦବଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି ବୋଲି ରାବ୍ରୀ ଆଜି ଟ୍ୱିଟ କରି କହିଛନ୍ତି । ଲାଲୁ ଏବେ ବିହାର ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଭୋଗୁଛନ୍ତି । ଅସୁସ୍ଥତା ହେତୁ ତାଙ୍କୁ ରାଂଚିସ୍ଥିତ ଏକ ହସ୍ପିଟାଲରେ ଚିକିସôା ପାଇଁ ଭର୍ତି କରାଯାଇଛି । ରାବ୍ରୀ କହିଛନ୍ତି ଯେ ତାଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଲାଲୁଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ । ହେଲେ ବିଜେପି ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଲେ ନାହିଁ । ମାସେ ହେବ ପରିବାରର କୌଣସି ସଦସ୍ୟଙ୍କୁ ଲାଲୁଙ୍କୁ ଭେଟିବାକୁ ଦିଆଯାଉନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଜେଲର ନିୟମ ମୁତାବକ ଲାଲୁଙ୍କୁ ପ୍ରତି ଶନିବାର ଦିନ କେବଳ ସର୍ବାଧିକ ୩ ଜଣଙ୍କୁ ଭେଟିବା ସୁଯୋଗ ମିଳୁଛି ।