୩୬ ସେକେଣ୍ଡରେ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ଦେଖାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଆ ଝିଅ
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଶ୍ରୀକ୍ଷେତ୍ର ପୁରୀର କୁନି ଝିଅ ରୀତିକା ପ୍ରିୟଦର୍ଶିନୀ।ମାତ୍ର ୬ ବର୍ଷ ବୟସରେ ରୀତିକା ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ ଟି ମୁଦ୍ରାକୁ ପ୍ରଦର୍ଶିତ କରିଛି ।ଗୋଟିଏ ମିନିଟ୍ ଭିତରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶିତ କରିବା ପାଇଁ ସମୟ ଅବଧି ଦିଆଯାଇଥିବା ବେଳେ, ରୀତିକା ମାତ୍ର ୩୬ ସେକେଣ୍ଡରେ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛି । ତେବେ ଏନେଇ ରୀତିକାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ କୁନି ଝିଅ ରୀତିକା କହିଛନ୍ତି ଏହି ସଫଳତା ତାଙ୍କୁ ବେଶ୍ ଖୁସି ଦେଇଛି। ସେ ଓଡ଼ିଶୀ ନୃତ୍ୟକୁ ବହୁତ ଭଲ ପାଆନ୍ତି। ସେହିପରି ନିଜ ସ୍କୁଲ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି। ତେବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଶୀ ନୃତ୍ୟକୁ ନେଇ ସ୍ଥାନ ପାଇବା ବେଶ୍ ଗର୍ବର ବିଷୟ ।