୨୦୨୦ ରେ ବିଶ୍ୱରେ ୨୭୪ ସାମ୍ବାଦିକ ଗିରଫ

୨୦୨୦ ରେ ବିଶ୍ୱରେ ୨୭୪ ସାମ୍ବାଦିକ ଗିରଫ

୨୦୨୦ ରେ ବିଶ୍ୱରେ ୨୭୪ ସାମ୍ବାଦିକ ଗିରଫ
ନୂଆଦିଲ୍ଲୀ: ୨୦୨୦ ମସିହା ଶେଷ ହେବାକୁ ବସିଛି । ତେବେ ବର୍ଷ ଆରମ୍ଭରୁ ଚଳିତ ମାସ ୧ ତାରିଖ ମଧ୍ୟରେ ବିଶ୍ୱରେ ରେକର୍ଡ ୨୭୪ ଜଣ ସାମ୍ବାଦିକ ଗିରଫ ହୋଇଛନ୍ତି । ଗିରଫ ସାମ୍ବାଦିକମାନେ ଖବର କାଗଜ ଠାରୁ ଆରମ୍ଭ କରି ରେଡିଓ, ଟେଲିଭିଜନ ଓ ଡିଜିଟାଲ ମିଡିଆରେ କାର୍ଯ୍ୟ କରୁଥିଲେ । ସାମ୍ବାଦିକତା ପାଇଁ ଏମାନେ ଜେଲ ଯାଇଛନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ କମିଟି ବା ସିପିକେ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ୬୭ ପ୍ରତିଶତ ସାମ୍ବାଦିକ ଦେଶ ବିରୋଧୀ ଅପରାଧ ଯଥା ନିଷିଦ୍ଧ ଗୋଷ୍ଠୀ ବା ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଥିବା ପାଇଁ ଗିରଫ ହୋଇଥିବା ବେଳେ ୧୨ ପ୍ରତିଶତ ସାମ୍ବାଦିକ ମିଥ୍ୟା ଖବର ପ୍ରକାଶିତ ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ୧୯ ପ୍ରତିଶତଙ୍କ ବିରୋଧରେ ଅଭିଯୋଗ କଣ ରହିଛି ତାହା ପ୍ରକାଶ କରାଯାଇନାହିଁ । ପ୍ରାୟ ସବୁ ସାମ୍ବାଦିକ କରୋନା ମହାମାରୀ କିମ୍ବା ରାଜନୈତିକ ଅସ୍ଥିରତା ଖବର ରିପୋର୍ଟିଂ ପାଇଁ ଜେଲ ଯାଇଛନ୍ତି । ଏପରିକି ହେପାଜତରେ ଥିବା ବେଳେ ୨ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇ ମୃତୁ୍ୟବରଣ ମଧ୍ୟ କରିଛନ୍ତି ।