ଏମଏସପି ଚାଲୁଛି,ଚାଲୁ ରହିବ:ମୋଦି

ଏମଏସପି ଚାଲୁଛି,ଚାଲୁ ରହିବ:ମୋଦି

ଏମଏସପି ଚାଲୁଛି,ଚାଲୁ ରହିବ:ମୋଦି
ନୂଆଦିଲ୍ଲୀ:ନିଜ ସ୍ୱାର୍ଥ ପାଇଁ ଚାଷୀଙ୍କୁ ମୋହରା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋଦୀ ଏଭଳି କହିଛନ୍ତି । ଉପା ବିଶେଷ କରି କଂଗ୍ରେସକୁ ମୋଦୀ ନିଶାନା କରି ଏହା କହିଛନ୍ତି । ସେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ । ସେମାନେ ଘୋଷଣାପତ୍ରରେ ଏ ସମସ୍ତ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସେହି ସମାନ ବ୍ୟବସ୍ଥା କରାଯିବାରୁ ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି । କେବଳ ସେମାନଙ୍କ ହାତରୁ କ୍ରେଡିଟ ଚାଲିଯିବା ଭୟରେ ଟାର୍ଗେଟ କରୁଛନ୍ତି । ସବୁ କ୍ରେଡିଟ ସେମାନେ ନିଅନ୍ତୁ, ମୁଁ ଚାଷୀଙ୍କ ପାଇଁ କାମ କରୁଛି । ସେମାନଙ୍କ ପାଦତଳୁ ମାଟି ଖସିଥିବାରୁ ଚାଷୀଙ୍କୁ ମୋହରା କରିଛନ୍ତି । ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସ୍ୱାମୀନାଥନ କମିଟି ରିପୋର୍ଟକୁ ୮ ବର୍ଷ କାଳ ସେମାନେ ଚାପି ବସିଥିଲେ । ଚାଷୀ ଆନେ୍ଦାଳନ କରୁଥିଲେ ବି ସେମାନେ ନିଦାବିଷ୍ଣୁ ହୋଇବସିଥିଲେ । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି ବୋଲି ମୋଦୀ କହିଛନ୍ତି ।