୫୨ ହେଲେ ବି ଛାଡିବୁନି: ରାହୁଲ

୫୨ ହେଲେ ବି ଛାଡିବୁନି: ରାହୁଲ

୫୨ ହେଲେ ବି ଛାଡିବୁନି: ରାହୁଲ
ନୂଆଦିଲ୍ଲୀ: ଶାସକ ବିଜେପିକୁ କଡା ଚେତାବନୀ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । କଂଗ୍ରେସର ଲୋକସଭାରେ ମାତ୍ର ୫୨ ଜଣ ସାଂସଦ ହୋଇଥିଲେ ବି କଂଗ୍ରେସ ଲଢ଼ିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ରାହୁଲ । ସେ କହିଛନ୍ତି ପରାକ୍ରମୀ ସିଂହ ଭଳି ଲଢ଼ି ସମ୍ବିଧାନକୁ ସୁରକ୍ଷା ଦେବ କଂଗ୍ରେସ । କୌଣସି ପରିସ୍ଥିତିରେ ବି ବିଜେପିକୁ ୱାକଓଭର ମିଳିବନି ବୋଲି କହିଛନ୍ତି ରାହୁଲ । ରାହୁଲ ସାଂସଦମାନଙ୍କୁ କହିଥିଲେ ଯେ, ଲୋକସଭାରେ ଆମେ ପ୍ରତିଦିନ ବିଜେପି ସହ ଲଢ଼େଇ କରିବା। ଗତ ନିର୍ବାଚନରେ କଂଗ୍ରେସର ୪୪ ସାଂସଦ ଲୋକସଭାରେ ଥିଲେ ଏବଂ ଆମେ ବିଜେପିକୁ କଡ଼ା ଜବାବ ଦେଇଥିଲୁ। ବର୍ତ୍ତମାନ ଆମ ସଂଖ୍ୟା ୫୨ ହୋଇଛି ଏବଂ ଆମେ ବିଜେପି ସହ ଲଢ଼େଇ ପ୍ରତିଦିନ ଜାରି ରଖିବା। ଦଳରେ ଆମେ ଆତ୍ମସମୀକ୍ଷା କରିବା। ଦଳର ପୁନରୁଦ୍ଧାର ପାଇଁ ଆମେ ଚେଷ୍ଟା କରିବା ଏବଂ ଏହା କରିପାରିବା। ଏଥିସହ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାରୁ ରାହୁଲ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ, ଲୋକସଭାରେ ବିରୋଧୀ ଦଳ ମାନ୍ୟତା ପାଇବା ଲାଗି ଗୋଟିଏ ଦଳର ସର୍ବନିମ୍ନ ୫୫ ସାଂସଦ ରହିବା ଦରକାର। କିନ୍ତୁ କଂଗ୍ରେସ ଗତ ଥର ୪୪ ଆସନ ପାଇଥିବାବେଳେ ଏଥର ୫୨ ଆସନରେ ବିଜୟୀ ହୋଇଛି।