ରବିନ୍ଦ୍ରନାଥ ଟାଗୋର ଥିଲେ ସର୍ବଗୁଣ ସମ୍ପନ୍ନ
ରବିନ୍ଦ୍ରନାଥ ଟାଗୋର ଥିଲେ ସର୍ବଗୁଣ ସମ୍ପନ୍ନ
admin
May 7, 2021 - 05:03
Updated: May 7, 2021 - 05:03
ସାହିତ୍ୟ ସପ୍ତର୍ଷି ମଣ୍ଡଳର ଏକ ନକ୍ଷତ୍ରମୟ ଜ୍ୟୋତି ହେଉଛନ୍ତି ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର । ବିଭିନ୍ନ ଦକ୍ଷତାର ଅଧିକାରୀ ସେ । ଏକାଧାରରେ ସେ ଜଣେ କବି, ଚିତ୍ରଶିଳ୍ପି, ବିଶିଷ୍ଠ ଶିକ୍ଷାବିତ, ସଂଗୀତଜ୍ଞ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତି୍ୟକ ବୋଲି ଧରାଯାଏ । ତାଙ୍କୁ ବଙ୍ଗଳାର ପକ୍ଷୀ ବୋଲି ଆଖ୍ୟା ଦିଆଯାଇଥିଲା । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିନ୍ଦ୍ରନାଥ ଠାକୁର ଥଲା ।
ରବିନ୍ଦ୍ରନାଥ ଟାଗୋରଙ୍କ ସହ ଜଡିତ ଥିବା ତଥ୍ୟ ହେଉଛି;
.ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲେଖା ହୋଇଥିବା “ଗୀତାଞ୍ଜଳି”, “ଗୀତାଳୀ”, “ଗୀତିମାଲ୍ୟ”, “ଶିଶୁ ଭୋଳାନାଥ“, “ଖେୟା” ଆଦି ଇଂରାଜୀ ମଧ୍ୟ ଅନୁବାଦ କରାଯାଇଛି ।
.ରବିନ୍ଦ୍ରନାଥ ଟାଗୋର ୩ଥର ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସହ ମିଶିଥିଲେ ଏବଂ ଏପରି କୁହାଯାଏ ଯେ, ଆଲବର୍ଟ ଆଇନଷ୍ଟାଇନ ରବିନ୍ଦ୍ରନାଥ ଟାଗୋରଙ୍କୁ “ରବି ଟାଗୋର” ନାମରେ ଡାକୁଥିଲେ ।
.ରବିନ୍ଦ୍ରନାଥ ଟାଗୋର ଅନେକ ଦେଶ ଭ୍ରମଣ କରିଥିଲେ । ସେ ୧୮୭୮ ରୁ ୧୯୩୦ ମଧ୍ୟରେ ସେ ୭ ଥର ଲଣ୍ଡନ ଯାଇଥିଲେ ।
.ରବିନ୍ଦ୍ରନାଥ ଟାଗୋର ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ର ଆଖ୍ୟା ଦେଇଥିଲେ । ଯାହାପରେ ଗାନ୍ଧିଜୀଙ୍କ ନାଁ ଆଗରୁ “ମହାତ୍ମା” ଶବ୍ଦ ଲଗାଯାଇଥଇଲା ।
.ରବିନ୍ଦ୍ରନାଥ ଟାଗୋର ଭାରତର ରାଷ୍ଟ୍ରିୟ ସଙ୍ଗୀତ ସହ ବାଂଲାଦେଶର ରାଷ୍ଟ୍ରିୟ ସଙ୍ଗୀତ ରଚନା କରିଥିଲେ । ଭାରତର ରାଷ୍ଟ୍ରିୟ ସଙ୍ଗୀତ “ଜନ ଗଣ ମନ” ଏବଂ ବାଂଲାଦେଶର ରାଷ୍ଟ୍ରିୟ ସଙ୍ଗୀତ “ଆମାର ସୋନାର” ଅଟେ ।
.ଟାଗୋର ସାମ୍ରାଜ୍ୟବାଦକୁ ବିରୋଧ କରୁଥିଲେ ଓ ରାଷ୍ଟ୍ରିୟବାଦକୁ ସମର୍ଥନ କରୁଥିଲେ । ଯେତେବେଳେ ହିନ୍ଦୁ-ଜର୍ମାନୀ ଷଡଯନ୍ତ୍ରର ଅବଗତ କରାଇବା ଓ ବିଚାର କରିବା ପାଇଁ ସେ ଚିଠି ଲେଖିଥିଲେ । ସେ ଏଥିପାଇଁ ଜାପାନର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସାହଯ୍ୟ ମାଗିଥିଲୋ
.ଟାଗୋର ବହୁତ ଗଳ୍ପ, କବିତା, ନାଟକ ରଚନା କରିଥିଲେ । ତା ସହିତ ଅନେକ ଗୀତ ଓ ସଙ୍ଗୀତ ମଧ୍ୟ ଲେଖିଥିଲେ । ରବିନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ଟି କ୍ଷୁଦ୍ର ଗଳ୍ପ ଓ ୧୯୧୫ଟି ସଙ୍ଗୀତ ଲେଖିଥିଲେ । ରବିନ୍ଦ୍ରନାଥ ଟାଗୋରେଙ୍କ ରଚନା ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି ।