ଓସିଏର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି

ଓସିଏର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି

 ଆଜି ଠାରୁ ବିଦ୍ଧିବଦ୍ଧ ଭାବରେ ସଭାପତି ଦାଇତ୍ୱ ତୁଲାଇଲେ। ଗତ ସରକାରରେ ବାକିଥିବା ଷ୍ଟାଡିୟମ୍ ନବିକରଣ କାର୍ଯ୍ୟକୁ  ନୂତନ ସରକାରଙ୍କ ସହିତ କଥା ହୋଇ ସାତ  ଆଠ ମାସ ଭିତରେ ତ୍ଵରାନିତ କରିବି। ବର୍ତ୍ତମାନ ଜମି ର ମାଲିକାନା 29 ମସିହା ପର୍ଯ୍ୟନ୍ତ ରହିଛି। ଯାହା ମୋ ପକ୍ଷେ ସମ୍ଭବ ନିଶ୍ଚିତ ମୁଁ କରିବାକୁ ଚେଷ୍ଟା କରିବି। 365 ଦିନ ପିଲାମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ ଓସିଏ ର ଏକ କ୍ରିକେଟ ଏକାଡେମି ପୁରୀ ଠାରେ ନିର୍ମାଣ ହେବ। ନିଜସ୍ଵ ଏକାଡେମୀ ରେ ପିଲା ମାନେ ପ୍ରଶିକ୍ଷଣ ନେଲେ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଭଲ ଖେଳାଳି ତିଆରି କରିପାରିବା।

ଉପସଭାପତି ପଦ ଲାଗି ଆଉଥରେ ନିର୍ବାଚନ ଅନୁଷ୍ଠିତ ହେବ। ଫର୍ଡ ଲାଇଟ୍ ଲିଭିବା ଘଟଣାରେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସ ର ଉତ୍ତର ଆମେ ସରକାରଙ୍କୁ ପ୍ରଦାନ କରିଛୁ। ଆଗାମୀ ଦିନରେ ଏଭଳି ବ୍ୟତିକ୍ରମ ହେବନାହିଁ। ପ୍ରତି ଲାଇଟ୍ ଖୁଣ୍ଟ ନିକଟରେ ଦୁଇଟି ଲେଖା ଜେନେରେଟର ରହିବ।