ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ 71ତମ ଜାତୀୟ ପୁରୁଷ ସିନିୟର୍ କବାଡି ପ୍ରତିଯୋଗିତା ଉଦଯାପିତ

ଓଡ଼ିଶା କବାଡି ଆସୋସିଏସନ୍ ଆନୁକୁଲ୍ୟରେ ଜବାହର ଲାଲ ନେହେରୁ ଇଣ୍ଡୋ ର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା 71 ତମ ଜାତୀୟ ପୁରୁଷ ସିନିୟର୍ କବାଡି ପ୍ରତିଯୋଗିତା ଆଜି ରବିବାର ଡି। ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ସର୍ଭିସେସ ଓ ରେଳ ବାଇ ମଧ୍ୟରେ ଲଢେଇ ହୋଇଛି। ଏହିପ୍ରତିଯୋଗିତାରେ
ସର୍ଭିସେସ ଚମ୍ପିୟାନ ରେଳବାଇକୁ 36/34 ପଏଣ୍ଟ ରେ ପରାସ୍ତ କରିଛି।ସଂଘର ସଭାପତି ଶରତ ସାହୁ, ବିଧାୟକ ପ୍ରକାଶ ସେଠୀ,ଶ୍ରୀତମ ଦାସ ଅତିଥିଭାବେ ଯୋଗଦେଇ ସର୍ଭିସେସ ଦଳକୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ରେଳବାଇ କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ।ପ୍ରତିଯୋଗିତାରେ ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ଚମ୍ପିୟାନ ସର୍ଭିସେସ ଓ ରନର୍ସ ଅପ ର ପ୍ରତ୍ୟେକ ଖେଳାଳି ମାନଙ୍କୁ ପଦକ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଚମ୍ପିୟାନ ସର୍ଭିସେସ କୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ଦଳକୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ବେଷ୍ଟ ରେଡର ଅର୍ଜୁନ ଦେଶ୍ୱାଲ, ବେଷ୍ଟ ଡିଫେଣ୍ଡର ଭାବେ ସୁନିଲ କୁମାର ଏବଂ ବେଷ୍ଟ ଅଲ୍ ରାଉଣ୍ଡର ଙ୍କୁ ପୁରସ୍କୃତ କରାଯାଇଥିଲା