ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଫଳ

ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଫଳ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ନେଇ ଅନିଶ୍ଚିତତା ଲାଗି ରହିଛି । ପ୍ରଥମେ ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇବ ବୋଲି କୁହାଯାଉଥିଲା । କିନ୍ତୁ ପରେ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଥିଲା । କିନ୍ତୁ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ସମ୍ଭବପର ହେବନାହିଁ । ଫନି ବାତ୍ୟାର ତାଣ୍ଡବ ଯୋଗୁଁ ବିଦୁ୍ୟତ ଓ ଇଂଟରନେଟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଆସନ୍ତା ୧୪ରେ ପରୀକ୍ଷା କମିଟି ବୈଠକ ବସିବ । ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜାଣିବାକୁ ମିଳିଛି । ବୋଡର଼୍ ସମ୍ପାଦକ ରାମାଶିଷ ହାଜରା କହିଛନ୍ତିଯେ, ବିଦୁ୍ୟତ ସରବରାହ ବାଧାପ୍ରାପ୍ତ ହେବାରୁ କମ୍ପୁ୍ୟଟରରେ କାର୍ଯ୍ୟ କରିହେଉନାହିଁ । ଫଳରେ କମ୍ପୁ୍ୟଟରରେ ମାର୍କ ଅପଡେ଼ଟ କରିବା ସମ୍ଭବ ହେଉନାହିଁ । ଇଂଟରନେଟ ନଥିବାରୁ ପରୀକ୍ଷା ଫଳ ପ୍ରକାଶ କରିବା ବିଳମ୍ବିତ ହେଉଛି ।