ବିବାହ ପୂର୍ବରୁ କନ୍ୟାର ମା’ ସହ ଫେରାର ହୋଇଗଲେ ବରର ପିତା
ବିବାହ ପୂର୍ବରୁ କନ୍ୟାର ମା’ ସହ ଫେରାର ହୋଇଗଲେ ବରର ପିତା

ପ୍ରେମ ଅନ୍ଧ ବୋଲି କୁହାଯାଏ, କିନ୍ତୁ କେତେ ଅନ୍ଧ ତାହା କହିବା କଷ୍ଟ । ପ୍ରେମ କେବଳ ଯେ ଯୌବନରେ ମିଳିବ, ତାହା ଜରୁରୀ ନୁହେଁ । ତାହା ଆପଣଙ୍କୁ ବାର୍ଦ୍ଧକ୍ୟରେ ମଧ୍ୟ ହୋଇପାରେ । ଏପରି ଏକ ଘଟଣା ଗୁଜୁରାଟର ସୁରତ ଜିଲ୍ଲାରେ ଘଟିଛି, ଯେଉଁଠି ପୁଅ ଝିଅଙ୍କ ବିବାହ ପୂର୍ବରୁ ସମୁଦି ଓ ସମୁଦୁଣୀ ଘରୁ ଫେରାର ହୋଇଛନ୍ତି । ଖବର ମୁତାବକ, ଅଗଷ୍ଟରେ ଜଣେ ଯୁବକ ଓ ଯୁବତୀଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ କନ୍ୟାର ମା ସହ ପୁଅର ପିତା ଫେରାର ହୋଇଯାଇଛନ୍ତି । ଏହି କାରଣରୁ ଦୁହିଁଙ୍କ ପରିବାରର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ବର-କନ୍ୟାଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଛି । ବିବାହ ପୂର୍ବରୁସମୁଦି ଓ ସମୁଦୁଣିଙ୍କ ପତ୍ତା ମିଳୁନାହିଁ । ଦୁହିଁ ପରିବାରଙ୍କ କହିବା ମୁତାବକ, କନ୍ୟାର ମା ଓ ବରର ପିତା ଦୁହେଁ ଦୁହିଁଙ୍କୁ ବହୁ ପୂର୍ବରୁ ଜାଣିଥିଲେ । ସମୁଦି ସମୁଦୁଣି ଘରୁ ପଳାଇଯାଇ ବିବାହ କରିଥାଇ ପାରନ୍ତି ବୋଲି ଦୁହିଁଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ।