ଏବେ ଠାରୁ ଏପରି ହୋଇଯାଆନ୍ତୁ ସାବଧାନ, ଶିଶୁମାନେ ହୋଇ ପାରନ୍ତି କରୋନା ତୃତୀୟ ଲହରର ଶିକାର!
ଏବେ ଠାରୁ ଏପରି ହୋଇଯାଆନ୍ତୁ ସାବଧାନ, ଶିଶୁମାନେ ହୋଇ ପାରନ୍ତି କରୋନା ତୃତୀୟ ଲହରର ଶିକାର!
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ବିତୀୟ ଲହର ଶୀର୍ଷ ଛୁଇଁଥିବା ବେଳେ ତୃତୀୟ ଲହର ଆସିବା ସମସ୍ତଙ୍କୁ ଭୟଭୀତ କରି ପକାଇଛି । କୁହାଯାଉଛି କି ଏହି ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବ । ଏମିତିକି ଅନେକ ରାଜ୍ୟ ଶିଶୁମାନଙ୍କ ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଲେଣି । ତେବେ ଏଭଳି କ୍ଷେତ୍ରରେ ଶିଶୁମାନଙ୍କ ରୋଗପ୍ରତିରୋଧକ ଶକ୍ତିକୁ କିପରି ବୃଦ୍ଧି କରିବେ? ସେମାନଙ୍କୁ ଏହି ତୃତୀୟ ଲହରରୁ କିପରି ବଞ୍ଚାଇବେ ସେନେଇ ଅଭିଭାବକଙ୍କୁ ଚିନ୍ତା ଘାରିଲାଣି । ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା….
ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗର କହିବାନୁସାରେ, ରାଜ୍ୟରେ ଏଯାବତ ୦ରୁ ୧୦ବର୍ଷ ମଧ୍ୟରେ ଏକଲକ୍ଷ ୪୫ହଜାର ୯୩୦ଜଣ ଶିଶୁ କରୋନାରେ ସଂକ୍ରମଣ ହୋଇଛନ୍ତି । ପ୍ରତିଦିନ ୩୦୦ରୁ ୫୦୦ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ଏଯାବତ ୩ଲକ୍ଷ ୨୯ହଜାର ୭୦୯ଜଣ ଶିଶୁ ଓ ଯୁବକ କରୋନାର ଶିକାର ହୋଇଛନ୍ତି । ଏମାନଙ୍କ ବୟସ ୧୧ରୁ୨୦ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି ।
ଗୋରଖପୁରର ପୂର୍ବାଞ୍ଚଳ ମଲ୍ଟି ସ୍ପେସାଲିଟି ଆଣ୍ଡ କ୍ରିଟିକଲ କେୟର ହସ୍ପିଟାଲର ନବଜାତ ଶିଶୁ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ ନାୟକଙ୍କ କହିବାନୁସାରେ, ପ୍ରଥମ ଲହରରେ ବୃଦ୍ଧ ଓ ରୋଗୀ, ଦ୍ବିତୀୟ ଲହରରେ ଯୁବକମାନେ ଅଧିକ କରୋନାର ଶିକାର ହୋଇଛନ୍ତି । ସେହିପରି ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ତେବେ ଶିଶୁମାନଙ୍କ ପାଇଁ ଏଯାବତ କୌଣସି ଟିକା କି ଔଷଧ ବି ବାହାରି ନାହିଁ । ଯେଉଁଥିପାଇଁ ଅଧିକ ଚିନ୍ତାରକାରଣ ହୋଇଛି ।
ଡାକ୍ତରଙ୍କ କହିବାନୁସାରେ, ପିଲାଙ୍କୁ ୧୫ଦିନ ପାଇଁ ଜିଙ୍କ, ଗୋଟିଏ ମାସ ପାଇଁ ମଲ୍ଟି ଭିଟାମିନ ଓ ଗୋଟିଏ ମାସ ପାଇଁ କ୍ୟାଲସିୟମ ଦେଇ ପାରିବେ। ଏହି ସମସ୍ତ ଔଷଧ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ସତ୍ତ୍ବେ ବି ଶିଶୁକୁ ଥଣ୍ଡା, କାଶ ଓ ଜ୍ବର ହେବାକୁ ଦିଅନ୍ତୁ ନାହିଁ। ଯଦି ଏପରି କିଛି ଲକ୍ଷଣ ଦେଖା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ । ବାହାରୁ ଆସୁଥିବା ଲୋକଙ୍କ ସଂସ୍ପର୍ଶରେ ପିଲାମାନଙ୍କୁ ଆସିବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ମାର୍କେଟକୁ ନେଇ ଯାଆନ୍ତୁ ନାହିଁ । ଘରେ ଯଦି କେହି ରୋଗରେ ପଡ଼ିଛନ୍ତି ତେବେ ପିଲାଙ୍କୁ ଏନ ୯୫ମାସ୍କ ପିନ୍ଧାଇ ଗୋଟିଏ ଘରେ ରଖନ୍ତୁ । ପିଲାଙ୍କୁ ଘର ପାଖରେ ଥିବା ପିଲାଙ୍କ ସହ ଖେଳିବାକୁ ଛାଡ଼ନ୍ତୁ ନାହିଁ । ଏଥିସହିତ ସେମାନଙ୍କୁ କରୋନାକୁ ନେଇ ଭୟଭୀତ କରନ୍ତୁ ନାହିଁ ସେମାନଙ୍କ ମନୋବଳ ଦୃଢ଼ କରନ୍ତୁ ।