କଟକ ଐତିହାସିକ ବାଲିଯାତ୍ରା ଉତ୍ସବ କୁ ମିଳିଲା ଜାତୀୟ ମାନ୍ୟତା
କଟକ ଐତିହାସିକ ବାଲିଯାତ୍ରା ଉତ୍ସବ କୁ ମିଳିଲା ଜାତୀୟ ମାନ୍ୟତା | ଏନେଇ କଟକ ମେୟର ସୁବାଷ ଚନ୍ଦ୍ର ସିଂହ ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମଙ୍କୁ ସମସ୍ତ ଙ୍କ ସମ୍ମୁଖରେ ରେ ରଖିଛନ୍ତି | ତତ୍କାଳୀନ ସରକାର ଏହି ଯାତ୍ରା କୁ କିପରି ଜାତୀୟ ମାନ୍ୟତା ମିଳିବ ସେ ନେଇ 2019 ରୁ କେନ୍ଦ୍ର ସରକାର ଙ୍କ ନିକଟରେ ପତ୍ର ମାଧ୍ୟମ ରେ ଦୃଢ଼ ଦାବି ଉପସ୍ଥାପନ କରିବା ସହିତ ଏହାକୁ ଭବ୍ୟ ଆକାରରେ ଆୟୋଜନ କରିଥିଲେ.ଏଥି ସରକାର ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବ ର ମାନ୍ୟତା ଦେଇଥିଲେ.ସିମେସି ସହଯୋଗ ରେ ଜିଲ୍ଲା ପ୍ରଶାସନ ଯାତ୍ରା କୁ 10ଏକର ରୁ ବଢ଼ାଇ 36ଏକର ଜମି ରେ ଆୟୋଜନ କରିଥିଲେ. ଦୁଇ ହଜାର ପିଲାଙ୍କୁ ନେଇ ଡ଼ଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ୱାଲଡ଼ ରେକର୍ଡ ହାସଲ କଲା.ବାର୍ଲିରେ ଥାଇ ପ୍ରଧାନମନ୍ତ୍ରୀ ଏହି ଉତ୍ସବ ର ନା ନେଇଥିଲେ.ଏବେ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବା ପରେ ଏହାର କାୟା କଳ୍ପ ବଦଳିଯିବ ବୋଲି ମେୟର କହିଛନ୍ତି |




