ମାନବିକତା ଦେଖାଇ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଯୁବ ବିଧାୟକ ସୁଦର୍ଶନ ହରିପାଳ

ମାନବିକତା ଦେଖାଇ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଯୁବ ବିଧାୟକ ସୁଦର୍ଶନ ହରିପାଳ

 ଏବେ ପୁଣି ନିଜର ମାନବିକତା କାର୍ଯ୍ୟ ପାଇଁ ଚର୍ଚ୍ଚା ପରିସର କୁ ଆସିଲେ ରେଙ୍ଗାଲି ର ଯୁବ ବିଧାୟକ ସୁଦର୍ଶନ ହରିପାଳ l ନିକଟରେ ସମର୍ଥ କେନ୍ଦ୍ରର ଅନ୍ତେବାସୀ ଙ୍କ ନିର୍ଯ୍ୟାତନା ଘଟଣାର ପର୍ଦାଫାଶ କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ବିଧାୟକ ହରିପାଳ l ତେବେ ଆଜି ଜଣେ ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମାନବିକତା ର ପରିଚୟ ଦେଇ ରାସ୍ତାରୁ ଉଠାଇ ନିଜ ଗାଡ଼ିରେ ବୁର୍ଲା ମେଡିକାଲ କୁ ନେଉ ଚିକିତ୍ସା ବ୍ୟବସ୍ଥା କରାଇଥିଲେ ବିଧାୟକ ସୁଦର୍ଶନ ହରିପାଳ l ଆଜି ରେଙ୍ଗାଲି ଅଞ୍ଚଳରୁ ନିଜ ଏକ କାର୍ଯ୍ୟକ୍ରମ ଶେଷ କରି ବିଧାୟକ ଫେରୁଥିବା ସମୟରେ କୀଲାସମା ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇ ପଡ଼ିଥିଲେ l ତେବେ ତାଙ୍କୁ କେହି ସାହାଯ୍ୟ କରୁନଥିବା ବେଳେ ବିଧାୟକ ନିଜେ ଗାଡି ରୁ ଓଲ୍ଲାଇ ଆହତ ବ୍ୟକ୍ତି ଙ୍କୁ ନିଜେ ତାଙ୍କ ଗାଡ଼ିରେ ବସାଇ ଭୀମସାର ମେଡିକାଲ କୁ ଚିକିତ୍ସା ପାଇଁ ନେଇ ଥିଲେ l ଅନ୍ୟପଟେ ଏହି ଖବର ଟି ପ୍ରଚାର ହେବା ପରେ ବିଧାୟକ ଙ୍କ ଏହି ମାନବିକତା କାର୍ଯ୍ୟ ପାଇଁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି l