ଜାଣନ୍ତୁ କାହିଁକି ସିଲ୍ ହେଲା ଏହି ଘରୋଇ ନର୍ସିଂହୋମ

ଜାଣନ୍ତୁ କାହିଁକି ସିଲ୍ ହେଲା ଏହି ଘରୋଇ ନର୍ସିଂହୋମ

ସିଲ ହେଲା କଟକ ର ଘରୋଇ ନର୍ସିଂହୋମ । ମଙ୍ଗଳାବାଗ ରେ ଥିବା ପପୁଳାର ନର୍ସିଂହୋମ ଆଣ୍ଡ ହସ୍ପିଟାଲ କୁ ସିଲା କଲା ଜିଲା ପ୍ରଶାସନ ।ଫାୟାର ସେଫ୍ଟି , କ୍ଲିନିକାଲ ଆଡ଼ଭାଇଜାରି ଆକ୍ଟ ରେ କୌଣସି ବୈଧ ସାର୍ଟିଫିକେଟ ନଥିବାରୁ ନର୍ସିଂହୋମ କୁ ସିଲ କରିଛି ପ୍ରସାସନ। ୪୫ ବର୍ଷ ଧରି ଏହି ହସ୍ପିଟାଲ ମଙ୍ଗଳାବାଗ ଅଞ୍ଚଳରେ ଖୁଲମଖୁଲା ଭାବରେ ଚାଲିଥିଲା । ପ୍ରଶାସନ ପକ୍ଷରୁ  ୨୦୧୫ ମସିହାରୁ  ରିପୋର୍ଟ ମଗାଯିବା ପରେ ରିପୋର୍ଟ ନ ପାଇବା ହେତୁ ଆଜି ଅତର୍କିତ ଭାବରେ ହସ୍ପିଟାଲ ଉପରେ ଚଢ଼ାଉ କରଯାଇଥିଲା।। ଅତରିକ୍ତ ଜିଲାପାଳ , କମିଶନରେଟ ପୋଲିସ ର ମିଳିତ ଚଢ଼ାଉ ସମୟରେ କୌଣସି ବୈଧ ସାର୍ଟିଫିକେଟ   ଦେଖେଇ ନପାରିବାରୁ ହସ୍ପିଟାଲ କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରିଛି ଜିଲା ପ୍ରସାସନ।