ହରିୟାଣା ଓ ଜାମ୍ମୁ କାଶ୍ମୀରରେ କଂଗ୍ରେସ ସରକାର

ହରିୟାଣା ଓ ଜାମ୍ମୁ କାଶ୍ମୀରରେ କଂଗ୍ରେସ ସରକାର

ହରିୟାଣା ଓ ଜାମ୍ମୁ କାଶ୍ମୀରରେ କଂଗ୍ରେସ ସରକାର। ଏକଜିଟ ପୋଲରେ ଏହି ଦୁଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ହରିୟାଣାରେ କଂଗ୍ରେସକୁ ଏକଜିଟ ପୋଲରେ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ମଳୁଥିବା ବେଳେ । ଧ୍ରୁବ ରିସର୍ଚ୍ଚ ପକ୍ଷରୁ କଂଗ୍ରେସକୁ ୫୦ରୁ ୬୪, ବିଜେପିକୁ ୨୨ରୁ ୩୨ ଆସନ, ଜେଜେପିକୁ ଶୂନ, ଆଇଏନଏଲଡିକୁ ୨ରୁ ୩ ଆସନ ମିଳିବା ନେଇ ଆକଳନ କରାଯାଇଛି  । ସେହିପରି ପିପୁଲ୍ସ ପଲ୍ସ ସର୍ଭେ ଅନୁସାରେ କଂଗ୍ରେସକୁ ୪୯ରୁ ୬୧ ଆସନ ମିଳିବା ନେଇ ଆକଳନ କାରାଯାଇଥିବା ବେଳେ । ବିଜେପିକୁ ୨୦ରୁ ୩୨ ଆସନ, ଜେଜେପି ଶୂନରୁ ଗୋଟିଏ ଆସନ ମିଳିପାରେ। ଆଇଏନଏଲଡି ୨ରୁ ୩ ଆସନ ପାଇପାରେ ।ସେହିଭଳି  ମାଟ୍ରିଜର ସର୍ଭେ ଅନୁସାରେ କଂଗ୍ରେସରୁ ୫୫ରୁ ୬୨ ଆସନ ବିଜେପିକୁ ୧୮ରୁ ୨୪ ଆସନ, ଜେଜେପିକୁ ଶୂନରୁ ୩ ଆସନ, ଆଇଏନଏଲଡି ୩ରୁ ୫ ଆସନ ପାଇପାରନ୍ତି । ସେହିଭଳି ଦେନିକ ଭାସ୍କରର ସର୍ଭେ ମୁତାବକ କଂଗ୍ରେସକୁ ୪୪ରୁ ୫୪, ବିଜେପି ୧୫ରୁ ୨୯, ଜେଜେପି ୦ରୁ ୧, ଆଇଏନଏଲଡି ୧ରୁ ୫ ଆସନ ପାଇବେ । ସେପଟେ ପଡ଼ୋଶୀ ଦିଲ୍ଲୀ ଓ ପଞ୍ଜାବରେ ସରକାର ରହିଥିବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ନିର୍ବାଚନୀ ସଫଳତା ପାଇବ ନାହିଁ ଏବଂ ଦଳ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇନପାରେ ବୋଲି ଏକ୍‌ଜିଟ୍‌ ପୋଲ ପରିଣାମରୁ ଜଣାପଡ଼ିଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।